ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଂସଦର ପୁସ୍ତକାଳୟ ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପିର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ୍ ଶାହା , ରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ, ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏବଂ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଅଛନ୍ତି । ମାତ୍ର ପ୍ରଥମ ଥର ପାଇଁ ଏହି ବୈଠକରେ ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀ ସାମିଲ ହୋଇ ନାହାନ୍ତି ।
ସୂଚନାନୁଯାୟୀ, ବୈଠକ ରେ ନଗର ନିଗମ ଅଧିକାରୀଙ୍କୁ ବ୍ୟାଟରେ ମାଡ ମାରିବା ଘଟଣାରେ ,ବିଜେପି ମହାସଚିବ କୈଳାଶ ବିଜୟବର୍ଗିୟ ଙ୍କ ପୁଅ ଏବଂ ଏବଂ ଇନ୍ଦୌରର ବିଧାୟକ ଆକାଶ ବିଜୟ ବର୍ଗିୟଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି କି ରାଜନୀତିରେ ଅନୁଶାସନ ହେବା ଉଚିତ୍ । ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଦଳରୁ ବାହାର କରିଦେବା ଉଚିତ୍ । ଏଭଳି ବ୍ୟବହାର ଅସ୍ୱୀକାର ଅଟେ । ସେ ଆହୁରୀ ମଧ୍ୟ କହିଛନ୍ତି କି ଏଭଳି ବ୍ୟବହାର କରୁଥିବା ବ୍ୟକ୍ତି ସେ ତେଣିକି ଯାହାଙ୍କର ବି ପୁଅ ହୋଇଥାନ୍ତୁ ନା କାହିଁକି, କିନ୍ତୁ ସେମାନଙ୍କୁ ତାଙ୍କ ମନମାନୀ କରିବାର ଅନୁମତି ଦିଆଯିବ ନାହିଁ ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟସଭା ଏବଂ ଲୋକସଭା ର ପାଖାପାଖି ୩୮୦ ସାଂସଦଙ୍କୁ ସମ୍ବୋନ୍ଧିତ କରିବେ । ପୂର୍ବରୁ ନିୟମ ରହିଛି କି ପ୍ରଧାନମନ୍ତ୍ରୀ କୌଣସି ଅନ୍ତରାଷ୍ଟ୍ରୀୟ ଗସ୍ତରୁ ଫେରିବା ପରେ ସଂସଦୀୟ ଦଳର ବୈଠକରେ ତାଙ୍କର ଅଭିବାଦନର ପରମ୍ପରା ରହିଛି । ଯାହାର ପାଳନ ଏଥରକ ବି କରାଯାଉଛି । ଏହି ବୈଠକ ପୂର୍ବରୁ ଜୁନ୍ ୨୫ ରେ ହେବ ବୋଲି ନିର୍ଦ୍ଧାରିତ କରାଯାଇଥିଲା, କିନ୍ତୁ ରାଜସ୍ତାନି ବିଜେପି ଅଧ୍ୟକ୍ଷ ଏବଂ ରାଜ୍ୟସଭା ସାଂସଦ ମଦନ ଲାଲ ଙ୍କ ମୃତ୍ୟୁ ପରେ ବୈଠକଙ୍କୁ ସ୍ଥଗିତ ରଖାଯାଇଥିଲା ।