ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନରେ ବିଜେପି ସରକାର ସଫଳ ଭାବେ ବିଜୟୀ ହେବା ପରେ ପୁଣି ସତ୍ତାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ମୋଦି ସରକାରଙ୍କ ମହତ୍ୱ ଆହୁରୀ ବଢିଯାଇଛି । ଏନେଇ ବିଜେପିର ମହାସଚିବ ରାମମାଧବ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଶୁକ୍ରବାର ତ୍ରିପୁରାର ଅଗରତାଲାରେ ସେ କହିଛନ୍ତି କି ବର୍ଷ ୨୦୪୭ ପର୍ଯ୍ୟନ୍ତ ଦେଶରେ ବିଜେପି ସରକାର ରହିବ । ଯଦି କୌଣସି ଦଳ ଲଗାତର ଭାବେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନ କରିଛନ୍ତି ତେବେ ସେ ଦଳ ହେଉଛି କଂଗ୍ରେସ । ମୁଁ ଲୋକଙ୍କୁ ବିଶ୍ୱାସ ଦେଉଛି କି ମୋଦି ଜୀ ଏବେ କଂଗ୍ରେସର ଏହି ରେକର୍ଡକୁ ଭାଙ୍ଗିବାକୁ ଯାଉଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି,୧୯୫୦ ରୁ ୧୯୭୭ ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ରହିଛି । ଏବେ ଏହାର ରେକର୍ଡ ବିଜେପି ଭାଙ୍ଗିବ । ଦେଶ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷରେ ପ୍ରବେଶ କରିବ, ସେତେବେଳେ ବିଜେପି ସତ୍ତାରେ ଥିବ । ଏହାସହିତ ବର୍ଷ ୨୦୪୭ ପର୍ଯ୍ୟନ୍ତ ବିଜେପି ସତ୍ତାରେ ରହିବ ।
ସାଧାରଣ ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଯବାନଙ୍କ ଉପଲବ୍ଧିର ସାହାରା ବିଜେବି ନେଇନଥିଲା ବୋଲି ରାମମାଧବ କହିଛନ୍ତି । ଗତ ପାଞ୍ଚ ବର୍ଷରେ ସଂପ୍ରଦାୟିକ ଅଶାନ୍ତି,ଭ୍ରଷ୍ଟ୍ରାଚାରକୁ ରୋକିବାରେ ବିଜେପି ସଫଳ ହୋଇଛି ଏବଂ ମଜବୁତ ଭାରତ ନିର୍ମାଣ କରିବା ତଥା ଆର୍ଥିକ ସ୍ଥିରତା ଆଣିବା ଯୋଗୁଁ ବିଜୟ ହେବାରେ ବିଜେପି ସଫଳ ହୋଇଛି । ଏହାସହିତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଦୀର୍ଘ ସମୟ ଯାଉଁ ଯାତ୍ରା କରିବ ।