ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁ୍ମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ୍ ର ଡ୍ରିମ ପ୍ରୋଜେକ୍ଟକୁ ଝଟକା ଦେଇପାରେ ଶିବସେନା, କଂଗ୍ରେସ ଏବଂ ଏନସିପିର ନୂତନ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ମୁମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ୍ ସମେତ ରାଜ୍ୟରେ ଚାଲୁଥିବା ସମସ୍ତ ପରିଯୋଜନାର ସମୀକ୍ଷା କରିବାକୁ ଆଦେଶ ଦିଆଯାଇଛି । ବୁଲେଟ ଟ୍ରେନ୍ ପରିଯୋଜନା କୁ କୃଷକ ଏବଂ ଆଦିବାସୀଙ୍କ କଡା ବିରୋଧର ସାମ୍ନା କରିବାକୁ ପଡିଛି ।
ଗଣମାଧ୍ୟମକୁ ସାକ୍ଷାତ କରି ସେ ଆହୁରୀ ମଧ୍ୟ କହିଛନ୍ତି, ଏ ସରକାର ସାଧାରଣ ଜନତାଙ୍କ ସରାକର । ସେଥିପାଇଁ ଆମେ ବୁଲେଟ ଟ୍ରେନ୍ ପରିଯୋଜନା ର ସମୀକ୍ଷା କରିବୁ । ଆମ ସରକାର ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଶ୍ୱେତ ପତ୍ର ବି ଆଣିବ । କୃଷକଙ୍କ ଉପରେ ପାଞ୍ଚ ଲକ୍ଷ କୋଟି ଟଙ୍କାର ଋଣ ରହିଛି । ତାହାକୁ ବିନା ସର୍ତରେ ଛାଡ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ।
ବିଜେପିର ତିନି ସରକାରର ଯେଉଁ ପ୍ରାଥମିକତା ଥିଲା, ତାହାକୁ ହଟା ଯାଇ ନାହିଁ । ଏହା କୌଣସି ପ୍ରକାରର ପ୍ରତିଶୋଧ ରାଜନୀତି ନୁହେଁ ।