ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀପାବଳି ପୂର୍ବରୁ କୃଷକଙ୍କୁ ଉପହାର ଦେଇପାରନ୍ତି ମୋଦି ସରକାର । ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ, ଏଥିରେ ସରକାର ଚଳିତ ବର୍ଷ ୨୦୧୯-୨୦ ର ଆଗାମୀ ରବି ସିଜିନ୍ ଫସଲର ଏମଏସପି ବଢାଇବାର ନିଷ୍ପତି ନେଇପାରନ୍ତି । ଏମଏସପି ଅର୍ଥାତ ନ୍ୟୁନତମ ସମର୍ଥନ ମୁଲ୍ୟ ବଢିବା ଦ୍ୱାରା ନିଶ୍ଚିତ ରୂପେ କୃଷକଙ୍କୁ ବଡ ଫାଇଦା ହୋଇପାରେ ।
ରବି ଫସଲ ର ଏମଏସପି ବୃଦ୍ଧି ର ସୁପାରିଶ ସିଏସିପି ଦ୍ୱାରା କରାଯାଇଥିଲା । ଏବେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ଏନେଇ କୌଣସି ଘୋଷଣା କରାଯାଇପାରେ ବୋଲି କୃଷକମାନେ ଆଶା ରଖିଛନ୍ତି ।
– ଏମଏସପି ର ସୁପାରିଶ ଅନୁସାରେ, ଚଳିତ ରବି ସିଜନରେ ଗହମ କୁଇଣ୍ଟାଲ ପ୍ରତି ଏମଏସପି ବୃଦ୍ଧି ହୋଇ ୧୯୨୫ ଟଙ୍କା ହେବା ଉଚିତ୍ । ଗତ ସିଜିନ୍ ରେ ଏହା ୧୮୪୦ ଟଙ୍କା ରହିଥିଲା । ଏଥିରେ ୮୫ ଟଙ୍କାର ବୃଦ୍ଧି ପାଇଁ ସୁପାରିଶ କରାଯାଇଛି ।
– ଜଅ ର କୁଇଣ୍ଟାଲ ପ୍ରତି ଏମଏସପି ୧୫୨୫ ଟଙ୍କା ହେବା ଉଚିତ୍ । ପୂର୍ବରୁ ଏହା ୧୪୪୦ ଟଙ୍କା ଥିଲା ।
– ସେହିପରି ସୋରିଶର ଏମଏସପି ୪୪୨୫ ହେବା ଉଚିତ୍ । ପୂର୍ବରୁ ଏହା ୪୨୦୦ ଟଙ୍କା ଥିଲା ।
– ଚଣାର ଏମଏସପି ୪୮୨୫ ଟଙ୍କା ହେବା ଉଚିତ୍ । ଗତ ସିଜିନ୍ ରେ ଏହା ୪୬୨୦ ଟଙ୍କା ରହିଥିଲା ।\
– ମସୁର ଡାଲି ର ଏମଏସପି ୪୮୦୦ ଟଙ୍କା ହେବା ଉଚିତ୍ । ମାତ୍ର ପୂର୍ବ ସିଜିନ୍ ରେ ଏହା ୪୪୭୫ ଟଙ୍କା ରହିଥିଲା ।
– ସେହିପରି କୁସୁମର ଏମଏସପି ୫୨୧୫ ହେବା ଉଚିତ୍ । ଗତ ସିଜିନ୍ ରେ ଏହା ୪୯୪୫ ଟଙ୍କା ରହିଥିଲା ।