ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ରାଜଭବନରେ ଶପଥ ନେଇଛନ୍ତି ଚରଣଜିତ୍ ସିଂହ ଚନ୍ନୀ । ଶପଥ ନେବାର କିଛି ଘଣ୍ଟା ପରେ ଚରଣଜିତ୍ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ଆଜିର ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ଥିଲେ । ଗଣମାଧ୍ୟମକୁ ସାକ୍ଷାତକରି ଚନ୍ନୀ କହିଛନ୍ତି କି, ଏହି ସରକାର ସାଧାରଣ ଜନତାଙ୍କ ସରକାର । ସବୁ କିଛି ସମ୍ବିଧାନ ଅନ୍ତର୍ଗତରେ ହିଁ ହେବ ।
ରାଜନୀତିରେ ଅନେକ ଅନୁଭବ ରହିଛି ଚରଣଜିତଙ୍କର । ପ୍ରକାଶ ସିଂହ ବାଦଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିରୋଧୀ ଦଳର ନେତା ଥିଲେ ଚରଣଜିତ୍ । ଚମକୌର ସାହିବ ଆସନରୁ ଏବେ ବିଧାୟକ ଅଛନ୍ତି ଚରଣଜିତ ।