ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ବିଲ୍ ପାସ୍ ହେବା ପରେ ଏହାକୁ ବିରୋଧୀ ଦଳ ବିରୋଧ କରୁଥିବା ବେଳେ କିଛି ସ୍ଥାନରେ ଅସନ୍ତୋଷର ନିଆଁ ଜଳୁଛି । ଇତି ମଧ୍ୟରେ କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ସଂସଦରେ ପାରିତ ହୋଇଥିବା ନାକରିକତା ସଂଶୋଧନ ବିଲ୍ କେରଳରେ ଲାଗୁ କରାଯିବ ନାହିଁ । ସେହିପରି ଉତ୍ତର କେରଳର ଏକ ସ୍ଥାନୀୟ କଲେଜର ଶହ ଶହ ଛାତ୍ର ଛାତ୍ରୀ ଏହାକୁ ବିରୋଧ କରି ରାଲିରେ ବାହାରିବା ସହ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ କୁଶ ପୁତଳା ପୋଡିଛନ୍ତି ।
କେନ୍ଦ୍ରସରକାରଙ୍କୁ ସମାଲୋଚନା କରି ବିଜୟନ କହିଛନ୍ତି ଅସାମ୍ବିଧାନିକ ବିଧେୟକ ପାଇଁ କେରଳରେ କୌଣସି ସ୍ଥାନ ନାହିଁ ଏବଂ ରାଜ୍ୟରେ ଏହାକୁ ଲାଗୁ କରାଯିବ ନାହିଁ । ସେ ଆହୁରୀ ମଧ୍ୟ କହିଛନ୍ତି କି ଦେଶର ଲୋକତନ୍ତ୍ର ବିପଦରେ ରହିଛି । ଦୁନିଆ ଆଗରେ ଭାରତକୁ ଅପମାନ କରାଯାଉଛି । ଏହାସହିତ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ , ହିନ୍ଦୁ ରାଷ୍ଟ୍ରର ଏଜେଣ୍ଡାକୁ ଲାଗୁ କରିବା ପାଇଁ ଚେଷ୍ଟା ଚଳାଇଛି ।