ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଲୋକଭବନ ଠାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଲକ୍ଷେ୍ନ ଏବଂ ଗୌତମବୁଦ୍ଧ ନଗରରେ ପୋଲିସ ଆୟୁକ୍ତ ପ୍ରଣାଳୀ ଲାଗି କରିବାର ପ୍ରସ୍ତାବରେ ମଞ୍ଜୁରୀ ଦିଆଯାଇଛି । ଏବେ ଲକ୍ଷେ୍ନø ଏବଂ ଗୌତମବୁଦ୍ଧ ନଗରରେ ପୋଲିସ କମିଶନର ରହିବେ । ସେହିଅନୁଯାୟୀ ଲକ୍ଷେ୍ନøର ପ୍ରଥମ ପୋଲିସ କମିଶନର ଏସଏନ ସାୱତ ହୋଇପାରନ୍ତି । ସେହିପରି ଗୌତମବୁଦ୍ଧ ନଗରର କମିଶନର ଦୌଡରେ ଆଲୋକ କୁମାର ଏବଂ ପ୍ରଶାନ୍ତ କୁମାର ରହିଛନ୍ତି ।
ଏକ ସମ୍ବାଦିକ ସମ୍ମିଳନୀରେ ଏନେଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ଯୋଗୀ ଆଦିତ୍ୟନାଥ କହହିଛନ୍ତି କି, ଲକ୍ଷେ୍ନø ଏବଂ ନୋଏଡାରେ ପୋଲିସ କମିଶନ ପ୍ରଣାଳୀ କାର୍ଯ୍ୟକାରୀ ହେବ । ୧୫ ଟି ରାଜ୍ୟରେ ପୋଲିସ କମିଶନର ରହିଛନ୍ତି । ଲକ୍ଷେ୍ନøରେ ଦୁଇଟି ଥାନା ବଢା ଯାଇଛି । ଏହାକୁ ମିଶାଇ ଏବେ ସର୍ବମୋଟ ୪୦ ଥାନା ହୋଇଯାଇଛି । ପ୍ରକୃତରେ ଆଇନ ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।