ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ମୁକାବିଲା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ ଘୋଷଣା କରିଛନ୍ତି । ଗାଡି ଚଳାଚଳ ଉପରେ କଟକଣା କରିବା ସହ ଗ୍ରାମୀଣ ଏବଂ ସହରୀ କ୍ଷେତ୍ରର ଶ୍ରମିକମାନଙ୍କର ଭରଣ ପୋଷଣ ପାଇଁ ଭତ୍ତା ଘୋଷଣା କରିଛନ୍ତି ।
ରିପୋର୍ଟ ମୁତାବକ, ଯୋଗୀ ଆଦିତ୍ୟନାଥ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ କହିଛନ୍ତି କି, ଏପର୍ଯ୍ୟ ୨୩ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇ ଗଲେଣି ।
ସେ ଏହି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କି, ରାଜ୍ୟର ଶ୍ରମିକ ମାନଙ୍କୁ ଭତ୍ତା ରୂପେ ଏକ ହଜାର ଟଙ୍କା ଲେଖାଏଁ ଦିଆଯିବ । ଶ୍ରମିକମାନଙ୍କ ଦୈନିକ ଆବଶ୍ୟକତାକୁ ପୂରଣ କରିବା ଲାଗି ସହାୟକ ପାଇଁ ଏକ ହଜାର ଟଙ୍କା ଦିଆଯିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଏହି ଭାଇରସକୁ ଡରନ୍ତୁ ନାହିଁ, ଚ୍ୟାଲେଞ୍ଜର ସହ ଏହାକୁ ଲଢିବା ପାଇଁ ମୁକାବିଲା କରନ୍ତୁ । ସରକାରଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ବସ୍ତୁ ଉପଲବ୍ଧ ରହିଛି ।