ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ ମାନେ ସିଆଇଏସଏଫ୍ ର ଆଜି ୫୦ତମ ସ୍ଥାପନା ଦିବସ । ଏହି ଅବସରେରେ ଗାଜିଆବାଦରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଯବାନ ମାନଙ୍କୁ ସମ୍ବୋଧିତ କରିଛନ୍ତି ।
କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ତାଙ୍କ ଭାଷଣ ଅଭିନନ୍ଦନ ଜଣାଇ ଆରମ୍ଭ କରିଛନ୍ତି । ସେ କହିଛନ୍ତି କି ଗୋଟେ ସଂଗଠନ ଭାବେ ସିଆଇଏସଏଫ୍ ର ୫୦ ବର୍ଷ ପୂରଣ ହେବା ପ୍ରଶଂସନୀୟ ଅଟେ । ଯେଉଁମାନଙ୍କ ପାଇଁ ଆଜି ଏହି ସଂଗଠନ ଏପର୍ଯ୍ୟନ୍ତ ପହଁଚି ପାରିଛି ସେମାନଙ୍କୁ ଅଭିନନ୍ଦନ । ସିଏସଆଇଏଫ୍ ଉପରେ ଆମେ ଗର୍ବିତ । ସେମାନେ ନିଜର ଦାୟିତ୍ୱ ଖୁବ୍ ଭଲ ଭାବେ ନିଭାଇଛନ୍ତି ।
ଲଢିବା ପାଇଁ ପଡୋଶୀ ଦେଶ ପାଖରେ ସକ୍ଷମ ନାହିଁ, ସେଥିପାଇଁ ସେ ଅନୁପ୍ରବେଶ କରୁଛନ୍ତି । ଏହାସହିତ ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଛନ୍ତି କି ଏହି ଉପଲବ୍ଧି ଏଥିପାଇଁ ବଡ କାରଣ ଆମ ପଡୋଶୀ ଦେଶ ଯୁଦ୍ଧ ଲଢିବା ପାଇଁ ସକ୍ଷମ ନାହାନ୍ତି । କିନ୍ତୁ ଛଳ କରି ସୀମାରେ ଅନୁପ୍ରବେଶ କରୁଛନ୍ତି । ଏହି ସମୟରେ ଦେଶର ସୁରକ୍ଷା ଏବଂ ସଂସୋଧନର ସୁରକ୍ଷା ବହୁତ କଠିନ କାମ, କିନ୍ତୁ ଯବାନଙ୍କ ବୀରପଣିଆ ପ୍ରଦର୍ଶନ ପାଇଁ ମୁଁ ଅଭିନନ୍ଦନ ଜଣାଉଛି । ଏହାସହିତ ଯେଉଁମାନେ ରାଷ୍ଟ୍ରପତି ପଦକ ଜିତିଛନ୍ତି ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ସୁରକ୍ଷା ଏବଂ ସେବା ସହିତ ଆପଣ ଆଗକୁ ମାଡି ଚାଲିଛନ୍ତି, ତାହା ବହୁତ ମହତ୍ୱପୂର୍ଣ୍ଣ । ନୂତନ ଭାରତ ପାଇଁ ଇଂଫ୍ରାଷ୍ଟ୍ରକର ପ୍ରସ୍ତୁତ କରାଯାଉଛି, ପୋର୍ଟ ତିଆରି ହେଉଛି, ଏୟାରପୋର୍ଟ ତିଆରି ହେଉଛି, ମେଟ୍ରୋର ବିସ୍ତାର ହେଉଛି ।