ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହସ୍ପିଟାଲରୁ ଡିସଚାର୍ଜ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମେଡିକାଲ ବୋର୍ଡ ସହମତି ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ହାର୍ଟର ମୂଳ ଧମନିରେ ବ୍ଲକେଜ ବାହାରିବା ପରେ ତାଙ୍କର ଏଂଜିଓପ୍ଲାଷ୍ଟି କରାଯାଇଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ମେଡିକାଲ ରିପୋର୍ଟ ସାମାନ୍ୟ ଅଛି ।