ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆନ୍ଧ୍ରପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଲଗାତର ଭାବେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ପୁଣି ଏକ ଆକ୍ସନ ନଜରକୁ ଆସିଛି । ଆଜ୍ଞା ହଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ରହୁଥିବା ‘ପ୍ରଜା ବେଦିକା’ବଙ୍ଗଳା ଭାଙ୍ଗିବା ପାଇଁ ଜଗନ ମୋହନ ଆଦେଶ ଦେଇଛନ୍ତି । ଜଗନଙ୍କ ଆଦେଶନୁଯାୟୀ ମଙ୍ଗଳବାର ବଙ୍ଗଳା ଭାଙ୍ଗିବା କାର୍ଯ୍ୟକ୍ରମ ଆରମ୍ଭ କରାଯିବ । କିଛି ଦିନ ତଳେ ଏହି ‘ପ୍ରଜା ବେଦିକା’ ବଙ୍ଗଳାକୁ ନେତା ପ୍ରତିପକ୍ଷର ସରକାରୀ ଆବାସ ରୂପେ ଘୋଷଣା କରିବା ପାଇଁ ଦାବି କରିବା ସହ ଜଗନଙ୍କୁ ଚିଠି ଲେଖିଥିଲେ ଚନ୍ଦ୍ରବାବୁ ।
ରାଜ୍ୟ ସରକାର ଶନିବାର ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତି ସ୍ଥିତ ବାସଭବନ ‘ପ୍ରଜା ବେଦିକା’ କୁ ନିଜ କବ୍ଚାକୁ ନେଇଥିଲେ । ଏହା ରାଜ୍ୟସରକାରଙ୍କ ପରିବର୍ତ୍ତନର କାର୍ଯ୍ୟକାରୀ ବୋଲି ଟିଡିପି କହିଥିଲା । ଏନେଇ ବିପକ୍ଷ ଦଳର ଅଭିଯୋଗ କରିଛନ୍ତି କି ସରକାର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୌଣସି ଶ୍ରଦ୍ଧା ବା ସରଳତା ଜତାଇ ନାହାନ୍ତି ।
ଟଡିପି ସରକାର ପକ୍ଷରୁ ପ୍ରଜା ବେଦିକା ର ନିର୍ମାଣ ଆନ୍ଧ୍ରପ୍ରଦେଶର ରାଜଧାନୀ କ୍ଷେତ୍ର ବିକାଶ ପ୍ରାଧିକରଣ (ଏପିସିଆରଡିଏ) ଜରିଆରେ ଜରୁରୀ କାଳୀନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ରୂପେ କରାଯାଇଥିଲା । ପାଞ୍ଚ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଏହି ବଙ୍ଗଳାରେ ଚନ୍ଦ୍ରବାବୁ ଆଧିକାରିକ କାର୍ଯ୍ୟ ସମେତ ପାର୍ଟିର ବୈଠକ କରୁଥିଲେ । ଏହି ବଙ୍ଗଳାକୁ ଉପଯୋଗ ବୈଠକ ପାଇଁ ଅନୁମତି ଦାବି କରି ଚଳିତ ମାସରେ ଜଗନ ମୋହନଙ୍କୁ ଚିଠି ଲେଖିଥିଲେ ନାଇଡୁ । ମାତ୍ର ଚନ୍ଦ୍ରବାବୁଙ୍କ ଦାବିକୁ ନଶୁଣି ସରକାର ବଙ୍ଗଳା ଭାଙ୍ଗିବାର ନିଷ୍ପତି ନେଇଛନ୍ତି ।