ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନø ଏବଂ ନୋଏଡା ରେ ପୋଲିସ କମିଶନର ସିଷ୍ଟମ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଭବନରେ ହୋଇଥିବା ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲଗାଯାଇଛି । ଏହାସହିତ ଏହି ପ୍ରସ୍ତାବକୁ କ୍ୟାବିନେଟ୍ ରେ ମଞ୍ଜୁରୀ ଦିଆଯିବ ।
ସୂଚନାଯୋଗ୍ୟ, ଗୁରୁବାର ହୋଇଥିବା ଅଦଳବଦଳରେ ଲକ୍ଷେ୍ନøର ଏସଏସପି କଳାନିଧି ନୌଥାନିଙ୍କୁ ଗାଜିୟାବାଦର ଏସପି ଦାୟିତ୍ୱ ଦିଆଯାଇଛି । ସେହିପରି ନୋଏଡା ଏସଏସପିଙ୍କୁ ନିଲମ୍ବିତ କରାଯାଇଛି । କିନ୍ତୁ ତାଙ୍କ ସ୍ଥାନରେ କାହାରିଙ୍କୁ ରଖାଯାଇ ନାହିଁ ।
ଗୁରୁବାର ବିଳମ୍ବିତ ରାତିରେ ଡିଜିପି ଓଁମ ପ୍ରକାଶ ସିଂହ ଏବଂ ଉପର ମୁଖ୍ୟ ସଚିବ ଅବିନାଶ ଅବସ୍ଥିଙ୍କ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମନ୍ଥନ କରିଥିଲେ ।