ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି କଂଗ୍ରେସ ଦଳର ୧୩୫ତମ ସ୍ଥାପନା ଦିବସ । ସେଥିପାଇଁ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧୀ, ପାର୍ଟିର ବରିଷ୍ଠ ନେତା ଏକେ ଏନ୍ଥନୀ, ଅହମଦ ପଟେଲ ଏବଂ ନେତାମାନେ ଉପସ୍ଥିତ ଥିଲେ ।
ସେପଟେ ପାର୍ଟି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି କି, ଦେଶ ପାଇଁ ବଳିଦାନ ଦେବାରେ କଂଗ୍ରେସ ପାର୍ଟି ସବୁଠାରୁ ଉପରେ । ଦଳ ସ୍ଥାପନା ହେବାଠାରୁ , ସ୍ୱତନ୍ତ୍ରତା ଆନ୍ଦୋଳନ ସମୟରେ ଏବଂ ଆଗକୁ ବି ସବୁଠାରୁ ଆଗରେ ଭାରତ । ସ୍ଥାପନା ଦିବସ ଅବସରରେ ଦେଶର ବିଭିନ୍ନ କାର୍ଯ୍ୟରେ ‘ସମ୍ବିଧାନ ବଞ୍ଚାଅ’, ‘ଭାରତ ବଞ୍ଚାଅ’, ର ସନ୍ଦେଶ ସହିତ କଂଗ୍ରେସର ଫ୍ଲାଗ ମାର୍ଚ ବାହାରିଛି । ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ସ୍ଥାପନା ଦିବସ ଅବସରରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ଏବଂ ‘ଭାରତ ବଞ୍ଚାଅ’ ମାର୍ଚ ଆୟୋଜନ କରାଯାଇଛି ।