ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ଏବଂ ପୂର୍ବ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କ ମୁସକୀଲ୍ ବଢିଯାଇପାରେ । ରିପୋର୍ଟ ମୁତାବକ ସିଦ୍ଧୁଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଦେଶଦ୍ରୋହୀ କହିବା ବୟାନକୁ ନେଇ ନିର୍ବାଚନ ଆୟୋଗ ଶୁଣାଶି କରି ପାରନ୍ତି । କୁହାଯାଉଛି ଜିଲ୍ଲାପାଳଙ୍କ ଦ୍ୱାରା ନିର୍ବାଚନ ଆୟୋଗକୁ ହସ୍ତଗତ କରାଯାଇଥିବା ରିପୋର୍ଟ ଅନୁଯାୟୀ ନବଜୋତ ସିଂହ ସିଦ୍ଧୁ ତାଙ୍କ ଭାଷଣ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଦେଶଦ୍ରୋହର ଶବ୍ଧ ବ୍ୟବହାର କରିଥିଲେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କୁ ନେଇ ସିଦ୍ଧୁଙ୍କ ବିବାଦୀୟ ବୟାନ ଉପରେ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗ ଏବଂ ପୋଲିସ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା ।
ଏନେଇ ବିଜେପି ଉପାଧ୍ୟକ୍ଷ ପ୍ରଭାତ ଝା କହିଥିଲେ କି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଇମେଜକୁ ଖରାପ କରିବା ପାଇଁ ସିଦ୍ଧୁ ତାଙ୍କ ଉପରେ ଦୁର୍ଭାବନାପୂର୍ଣ୍ଣ ଏବଂ ମନଗଢା ଅଭିଯୋଗ ଲଗାଇଥିଲେ ।’
ବିଜେପି ପକ୍ଷରୁ ବ୍ୟାରଗଢ ପୋଲିସ ଥାନାରେ କରାଯାଇଥିବା ଅଭିଯୋଗରେ କୁହାଯାଇଥିଲା କି , ‘ଜଣେ ସାମ୍ବାଧାନିକ ପଦରେ ପଦସ୍ଥ ବ୍ୟକ୍ତିଙ୍କ ଉପରେ ସିଦ୍ଧୁ ଜାଣି ଶୁଣି ଅଭିଯୋଗ ଲଗାଇଛନ୍ତି । ସେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରିଛନ୍ତି ।’