ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ବିରୋଧରେ ସୁପ୍ରିମ୍ କୋର୍ଟରେ କଂଗ୍ରେସ ସାଂସଦ ସୁଷ୍ମିତା ଦେବ ଅଭିଯୋଗ ଆଣିଛନ୍ତି । ସୁଷ୍ମିତା ଅଭିଯୋଗ କରିଛନ୍ତି କି ଦୁଇ ନେତା ସେନାଙ୍କ ନାମ ବ୍ୟବହାର କରି ରାଜନୈତିକ ଦୁଷ୍ପ୍ରଚାର କରିଛନ୍ତି । ଏହା ଆଚାର ସଂହିତା ଉଲଘଂନ କରୁଛି ବୋଲି ସେ ପିଟିସିନ୍ ରେ ଅଭିଯୋଗ କରିଛନ୍ତି । ଏହାପରେ ନିର୍ବାଚନ କମିଶନ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ଏହି ମାମଲାରେ ଅପ୍ରିଲ ୩୦ ସୁପ୍ରିମ କୋର୍ଟରେ ଶୁଣାଣି କରାଯିବ ।
କଂଗ୍ରେସ ପକ୍ଷରୁ ବରିଷ୍ଠ ଓକିଲ ଅଭିଶେକ ମନୁ ସିଂଘବୀ କହିଛନ୍ତି କି ପ୍ରଧାନମନ୍ତ୍ରୀ ଏବଂ ଅମିତ୍ ଶାହା ଦୁହେଁ ତାଙ୍କ ଭାଷଣରେ ଏପର୍ଯ୍ୟନ୍ତ ୮ଥର ସେନାଙ୍କ ନାମ ନେଇଛନ୍ତି । ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିଟିସିନରେ ଦାବି କରାଯାଇଛି ।
ଅପରପକ୍ଷେ ରାଫେଲ ମାମଲାରେ ପୁର୍ନବିଚାର ପିଟିସନ ଉପରେ ସରକାର ଜବାବ ଦାଖଲ କରିବା ପାଇଁ ସୁପ୍ରିମ କୋର୍ଟ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ଶୁଣାଣି ଟାଳିବାକୁ ସରକାରଙ୍କ ପକ୍ଷରୁ ଦାବି କରାଯାଇଥିଲା ମାତ୍ର ଏନେଇ ସୁପ୍ରିମକୋର୍ଟ କୌଣସି ଆଦେଶ ଦେଇ ନାହାନ୍ତି ।