ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜନୈତିକ ଦଳ କଂଗ୍ରେସର ଏବେ ସ୍ଥିତି ଖରାପ ଚାଲିଛି । ଲୋକସଭା ନିର୍ବାଚନରେ ପରାଜୟ ହେବା ପରେ ଦିନକୁ ଦିନ ସଙ୍କଟ ବଢିବାରେ ଲାଗିଛି । ସେପଟେ ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେବଡା ଇସ୍ତଫା ଦେବା ପରେ ଏବେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଥିବା ବଲିଉଡ ଅଭିନେତ୍ର ଉର୍ମିଳା ମାତୋଣ୍ଡକର ଚିଠି ଲେଖି କାର୍ଯ୍ୟକାର୍ତ୍ତାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ।
ମିଲିନ୍ଦ ଦେବଡାଙ୍କୁ ଉର୍ମିଳା ନଅ ଫାଳ ବିଶିଷ୍ଟ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ଲୋକସଭା ନିର୍ବାଚନରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସାଥ୍ ନଦେବା, ଦୁର୍ବଳ ଯୋଜନା, ପ୍ରଚାରରେ ନିରାଶ ହେବା ସହିତ ନିର୍ବାଚନ ପ୍ରଚାର ପାଇଁ ନିଯୁକ୍ତି ହୋଇଥିବା ଚିଫ୍ କୋର୍ଡିନେଟର ସନ୍ଦେଶ କୋଂଡବିଲକର, ଅନ୍ୟ ପଦାଧିକାରୀ ଭୁଷଣ ପାଟିଲ ଏବଂ ଜିଲ୍ଲା ଅଧ୍ୟକ୍ଷଙ୍କୁ ସେ ଏହି ଚିଠି ମାଧ୍ୟମରେ ଦାୟୀ କରିଛନ୍ତି ।
ସୂଚନା ଯୋଗ୍ୟ, ଲୋକସଭା ନିର୍ବାଚନ ୨୦୧୯ ରେ କଂଗ୍ରେସରୁ ଟିକେଟ ପାଇ ଉର୍ମିଳା ଉତ୍ତର ମୁମ୍ବାଇ ପ୍ରାର୍ଥୀ ହୋଇଥିଲେ । ମାତ୍ର ସେ ବିଜୟୀ ହୋଇ ପାରିନଥିଲେ । ବିଜେପି ପ୍ରାର୍ଥୀ ଗୋପାଳ ସେଟ୍ଟୀ ତାଙ୍କୁ ପରାଜୟ କରିଥିଲେ ।