ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କିଛି ଦିନ ମଧ୍ୟରେ କଂଗ୍ରେସ ଦଳକୁ ମିଳିବ ନୂତନ ଅଧ୍ୟକ୍ଷ । ସବୁଠୁ ଖାସ୍ କଥା ହେଉଛି ଏଥରକ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଅଧ୍ୟକ୍ଷ ହେବେ ନାହିଁ ।
ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି କି ଗାନ୍ଧୀ ପରିବାରରୁ କୌଣସି ସଦସ୍ୟ ଦଳର ମଙ୍ଗ ସମ୍ଭାଳିବେନି ବୋଲି ଶୁକ୍ରବାର ଅଶୋକ ଗେହଲଟ କହିଥିଲେ । ଅବଶ୍ୟ ଦଳର କିଛି ନେତା ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଚାହୁଁଛନ୍ତି କିନ୍ତୁ ୨୦୧୯ ନିର୍ବାଚନ ହାରିବା ପରେ ରାହୁଲ ଏନେଇ ସଂକେତ ଦେଇଦେଇଥିଲେ ।
ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ହାରିବାର ସାମ୍ନା କରିବାକୁ ପଡିଥିଲା । ସେହିସମୟରେ ଅଧ୍ୟକ୍ଷ ପଦରେ ଥିଲେ ରାହୁଲ ଗାନ୍ଧୀ । ସେ ହାରିବାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ସେ କହିଥିଲେ କି, କଂଗ୍ରେସର ଆଗାମୀ ଅଧ୍ୟକ୍ଷ ଗାନ୍ଧୀ ପରିବାରର ବାହାରର ହେବ । ଏହାସହିତ ସେ ଏବେ ବି ତାଙ୍କ ବୟାନରେ ଅଟଳ ଅଛନ୍ତି ବୋଲି ସେ କହିଛନ୍ତି ।