ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲୋକଙ୍କର ବ୍ୟାଙ୍କ ଖାତା ଖୋଲିଲେ କିନ୍ତୁ ସେଥିରେ ଟଙ୍କା ଜମା କରିବ କଂଗ୍ରେସ ।
ମଧ୍ୟପ୍ରଦେଶର ଶହଡୋଲ ଏବଂ ଜବଲପୁର ସଂସଦୀୟ ସିଟ୍ ର ପ୍ରାର୍ଥୀକୁ ସମର୍ଥନ ପାଇଁ ଆୟୋଜିତ ହୋଇଥିବା ଜନସଭାରେ ରାହୁଲ କହିଛନ୍ତି, ଦେଶରେ ଥିବା ଗରିବ ଲୋକଙ୍କ ସହିତ ଅନ୍ୟାୟ କରିଛନ୍ତି କେନ୍ଦ୍ରର ଥିବା ନରେନ୍ଦ୍ର ମୋଦି ସରାକର, ଏବେ କଂଗ୍ରେସ ନ୍ୟାୟ କରିବ । ଲୋକଙ୍କ ବ୍ୟାଙ୍କ ଖାତା ମୋଦି ସରକାର ଖୋଲିଛନ୍ତି, କିନ୍ତୁ ସେଥିରେ ନଗଦ ଟଙ୍କା କଂଗ୍ରେସ ସରକାର ଭରିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଗତ ନିର୍ବାଚନ ପୂର୍ବରୁ ଦେଶରେ ଥିବା ଗରିବଙ୍କ ଖାତାରେ ୧୫ ଲକ୍ଷ ଜମା କରିବା ପାଇଁ ମୋଦି ସରକାର ପ୍ରତିଶୃତି ଦେଇଥିଲେ, ମାତ୍ର କାହାରି ଖାତାକୁ ଟଙ୍କାଟିଏ ବି ଆସିଲା ନାହିଁ । ଯାହାଫଳରେ ସେ ଗରିବଙ୍କ ସହିତ ଅନ୍ୟାୟ କରିଛନ୍ତି, ଏବେ ଦେଶବାସୀଙ୍କ ସହିତ ନ୍ୟାୟ କରିବା ପାଇଁ କଂଗ୍ରେସ ନିଷ୍ପତି ନେଇଛି । କଂଗ୍ରେସ ସତ୍ତାକୁ ଆସିବା ଦ୍ୱାରା ୨୫ କୋଟି ଲୋକଙ୍କର ଲାଭ ହେବ । ପାଞ୍ଚ କୋଟି ପରିବାରଙ୍କ ଖାତାକୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଜମା କରାଯିବ ।
ସେପଟେ କଂଗ୍ରେସର ନ୍ୟାୟ ଯୋଜନାକୁ ନେଇ ଟଙ୍କା କେଉଁଠୁ ଆସିବ ବୋଲି ବିଜେପି ସରକାର ପ୍ରଶ୍ନ କରୁଛନ୍ତି, ପ୍ରକୃତରେ ବାସ୍ତବିକ୍ ହେଉଛି ଦେଶରେ ଟଙ୍କାର କୌଣସି ଅଭାବ ନାହିଁ ବର୍ତ୍ତମାନର ସରକାର ଦେଶର ୧୫ ଉଦ୍ୟୋଗପତିଙ୍କ ପାଞ୍ଚ ଲକ୍ଷ ୫୫ ହଜାର କୋଟି ଟଙ୍କା ଛାଡ କରି ଦେଇଛନ୍ତି ।