ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଜନତା ପାର୍ଟିର ବର୍ଷିୟାନ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଟିପ୍ପଣୀକୁ ନେଇ ଶୁକ୍ରବାର କଂଗ୍ରେସ କହିଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାର୍ଟି ପ୍ରମୁଖ ଅମିତ୍ ଶାହାଙ୍କ ରାଜନୈତିକ ଆଚାରଣ ଉପରେ ଏହା ମର୍ମଭେଦୀ ଅଭିଯୋଗ । ଆଡଭାନୀ କହିଛନ୍ତି କି ପାର୍ଟି କଦାପି ରାଜନୈତିକ ବିରୋଧୀଙ୍କୁ ରାଷ୍ଟ୍ର ବିରୋଧୀ ବୋଲି କହି ନାହିଁ ।
ଏହାକୁ ନେଇ କଂଗ୍ରେସ ନେତା ରଣଦୀପ ସିଂହ କହିଛନ୍ତି କି ମୋଦି ଏବଂ ଶାହାଙ୍କ ରାଜନୀତିକ ବିରୋଧୀଙ୍କ ସହିତ ଦୁର୍ବ୍ୟବହାର କରିବାର ରାଜନୀତି ଉପରେ ପ୍ରହାର କରି , ବିଜେପିର କୂଳପତି ଏବଂ ମୋଦିଙ୍କ ରାଜନୈତିକ ଗୁରୁ ଆଡଭାନୀ ମର୍ମଭେଦି ଅଭିଯୋଗ ଲଗାଇଛନ୍ତି । ଯାହାଦ୍ୱାରା ତାଙ୍କର ସମସ୍ତ ପୋଲ ଖୋଲି ଯାଇଛି ।
ଆଡଭାନୀ କହିଛନ୍ତି କି ଭାରତୀୟ ଜନତା ପାର୍ଟି ଅସ୍ତିତ୍ୱକୁ ଆସିବା ପରେ ପାର୍ଟି ପକ୍ଷରୁ କେବେ ବି ରାଜନୈତିକ ରୂପେ ଅସହମତ ରହୁଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରବିରୋଧ କୁହାଯାଇନାହିଁ ।
ଏହାପରେ ସୁରଜୱାଲା କହିଛନ୍ତି କି, ରାଜେନ÷ତିକ ରୂପେ ଆମେ ଆଡଭାନୀଙ୍କ କିଛି ବିଚାର ଉପରେ ସହମତ ନାହୁଁ, କିନ୍ତୁ ତାଙ୍କ ବିଶ୍ୱାସଘାତୀ ଶିଷ୍ୟ ମୋଦି-ଶାହା ନିର୍ଲୋଜ ଭାବେ ନିଜର ଅହଂକାରୀ କାର୍ଯ୍ୟଶୈଳୀ ଉପରେ ମର୍ମଭେଦୀ ଅଭିଯୋଗକୁ ସ୍ୱୀକାର କରିବାକୁ ବି ମନାକରିଦେଇଛନ୍ତି ।