ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ୨୦୧୯ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ନାରା ଜାରି କରାଯାଇଛି । ଏହାର ନାଁ ରହିଛି ‘ଅବ ହୋଗା ନ୍ୟାୟ’ । ଏନେଇ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି କି କଂଗ୍ରେସର ପ୍ରଚାର ଅଭିଯାନ ‘ନ୍ୟାୟ’ ର ଚାରିପଟେ ରହିବ । ଏହି ଶଦ୍ଧ ସମସ୍ତଙ୍କ ସହିତ ନ୍ୟାୟର ପ୍ରତିଶୃତି କରୁଛି । କଂଗ୍ରେସର ପ୍ରଚାର ଅଭିଯାନର ଥିମ ଗୀତଟି ଜାଭେଦ ଆଖତର ଲେଖିଛନ୍ତି ।
ସେପଟେ କଂଗ୍ରେସର ଏହି ଥିମ୍ ଗୀତକୁ ନେଇ ନିର୍ବାଚନ ଆୟୋଗ ଆପତ୍ତି କରିଛନ୍ତି । ନିର୍ବାଚନ ଆୟୋଗର ଆପତ୍ତି ପରେ ଏହି ଗୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଥିବା ଆପତ୍ତିଜନକ ଲାଇନକୁ କଂଗ୍ରେସ ପକ୍ଷରୁ ହଟାଇ ଦିଆଯାଇଛି ।
କଂଗ୍ରେସ ଅନୁଯାୟୀ ଏହି ଥିମ୍ ଗୀତଟିକୁ ନ୍ୟାୟ ଯୋଜନାକୁ ଦର୍ଶାଇବା ପାଇଁ କରାଯାଇଥିଲା । ଏବେ ଗୀତରେ ପରିବର୍ତ୍ତନ କରାଯାଇଛି ।
ରିପୋର୍ଟ ମୁତାବକ, କଂଗ୍ରେସ ପକ୍ଷରୁ ମୋଦିକଙ୍କ ଉପରେ ହମଲା କରାଯିବା ସହ ଏହି ଗୀତରେ ମୋଦି ସରକାରଙ୍କ କାର୍ଯ୍ୟକାଳ ଏବଂ ସରକାରଙ୍କ ନୀତି ଉପରେ ଟିପ୍ପଣୀ କରାଯାଇଥିଲା । ନିର୍ବାଚନ ଆୟୋଗ ପକ୍ଷରୁ ଗୀତର ଏହି ଗୋଟେ ଅନ୍ତରାକୁ ନେଇ ଆପତ୍ତି କରାଯାଇଥିଲା । ଏହାପରେ ଏହି ଗୀତକୁ ବଦଳାଇବା ପାଇଁ କୁହାଗଲା । ନିର୍ବାଚନ ଆୟୋଗର ଆପତ୍ତି ଅନୁଯାୟୀ କଂଗ୍ରେସ ପକ୍ଷରୁ ଏହି ଗୀତକୁ ପରିବର୍ତ୍ତନ କରାଯିବା ସହ ଏହାକୁ ଦ୍ୱିତୀୟ ଥର ଏମସିଏମସି ପାଖକୁ ପଠାଇଥିଲେ । ଏହାପରେ ନିର୍ବାଚନ ଆୟୋଗ ପକ୍ଷରୁ ଏହି ଗୀତକୁ ଗ୍ରୀନ୍ ସିଗନାଲ ଦିଆଯାଇଛି ।