ଜୟପୁର (ଏଟିଆର ବ୍ୟୁରୋ): ସୁଶାସନ୍ ହିଁ ନୂତନ ସରକାରର ମୂଳମନ୍ତ୍ର । ‘ଗଭରର୍ଣ୍ଣାନ୍ସ ୱିଥ୍ ହ୍ୟୁମାନ ଫେସ୍’ଆମର ସର୍ବୋଚ୍ଚ ପ୍ରାଥମିକତା ରହିବ ଏନେଇ ଖୋଦ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମତବ୍ୟକ୍ତ କରିଛନ୍ତି । ଏହାସହିତ ସେ ସ୍ପଷ୍ଟ କରିଛନ୍ତି କି କୌଣସି ସ୍ତରରେ ଭ୍ରଷ୍ଟାଚାର ବରଦାସ୍ତ କରାଯିବ ନାହିଁ ।
ସେ କହିଛନ୍ତି କି ଯୋଜନାର ଲାଭ ପାଇବାକୁ ହେଲେ ପ୍ରତ୍ୟେକ ସ୍ତରରେ ଶୁନିଶ୍ଚିତ କରିବା ପାଇଁ ଗ୍ରାଉଣ୍ଡ ଜିରୋରୁ କାମ କରିବାକୁ ପଡିବ । ବୈଠକରେ ଗେହଲଟ ସ୍ପଷ୍ଟ ଭାବେ କହିଛନ୍ତି କି କୌଣସି ସ୍ତରରେ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ । ଜନତାଙ୍କ ଭାବନା ଅଧାରରେ ନିର୍ବାଚନ ଘୋଷାଣ ପତ୍ର ପ୍ରସ୍ତୁତ ହୋଇଛି । ଏଥିରେ ଲୋକଙ୍କ ପ୍ରତିଶୃତି ପୂରଣ କରିବା ପାଇଁ ମୁଁ ପ୍ରତିବଦ୍ଧ ।
ସେ ଆହୁରୀ ମଧ୍ୟ କହିଛନ୍ତି କି କୃଷକଙ୍କ ସମସ୍ୟାର ସମାଧାନ ଏବଂ ଯୁବାପୀଢିଙ୍କ ରୋଜଗାର ଉପଲବ୍ଧ କରାଇବା ଆମର ସର୍ବୋଚ୍ଚ ପ୍ରାଥମିକତା । ଫସଲ ବୀମା ଯୋଜନାକୁ ଆହୂରୀ ଫଳପ୍ରଦ କରିବା ପାଇଁ ପ୍ରୟାସ କରନ୍ତୁ । ଯାହାଫଳରେ କୃଷକମାନେ ଏହାର ବାସ୍ତବିକ୍ ଲାଭ ପାଇ ପାରିବେ । ଏହାସହିତ ଖାଦ୍ୟ, ବୀଜ,କୀଟନାଶକ ଆଦି ସମୟାନୁଯାୟୀ ଉପଲବ୍ଧତା ଶୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ୍ ସରବରାହରେ କୌଣସି ଅସୁବିଧା ନହେବା ପାଇଁ ଜୋର୍ ମଧ୍ୟ ଦେଇଛନ୍ତ