ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି କ୍ରିକେଟ ବିଶ୍ୱକପ ୨୦୧୯ । ଇତି ମଧ୍ୟରେ ରବିବାର ମ୍ୟାନଚେଷ୍ଟରଠାରେ ଭାରତ-ପାକିସ୍ତାନ ମୁହାଁ ମୁହିଁ ହୋଇଥିଲେ । ଏହି ମ୍ୟାଚରେ ପାକିସ୍ତାନକୁ ୮୯ ରନ୍ ରେ ହରାଇ ଭାରତ ବିଜୟ ହାସଲ କରିଥିଲା । ଭାରତର ଏହି ବିଜୟ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହା ଶୁଭେଚ୍ଛା ଜଣାଇବା ସହ ଏହାକୁ ଆଉ ଏକ ଷ୍ଟ୍ରାଇକ ବୋଲି କହିଥିଲେ । ଶାହାଙ୍କ ବୟାନକୁ ନେଇ ପାକିସ୍ତାନ ଭଡକି ଯିବା ସହିତ ଏହି ମ୍ୟାଚକୁ ଷ୍ଟ୍ରାଇକ ସହିତ ନ ଯୋଡିବାକୁ କହିଛି ।
ଏନେଇ ପାକିସ୍ତାନ ସେନାର ମିଡିଆ ଆଇଏସପିଆର ର ମହାନିର୍ଦ୍ଦେଶକ ଆସିଫ ଗଫୁର ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଟ୍ୱିଟ୍ କରିଛନ୍ତି । କ୍ରିକେଟ ବିଶ୍ୱକପରେ ଭାରତଠାରୁ ପାକିସ୍ତାନ ହାରିବାକୁ ନେଇ ଦେଶର ସୀମା ଉପରେ ହୋଇଥିବା ଷ୍ଟ୍ରାଇକ ସହିତ ତୁଳନା ନକରିବାକୁ ଅମିତ୍ ଶାହାଙ୍କୁ ଅନୁରୋଧ କରିଛନ୍ତି ଗଫୁର ।
Dear @AmitShah yes ur team won a match. Well played.
Two things with different denominators can’t be compared. So are strikes & match. If in doubt please see results of our Nowshera counter strikes & response to IAF violation on 27 Feb19 downing two Indian jets.
Stay Surprised. https://t.co/cY089VmYIe— Asif Ghafoor (@peaceforchange) June 17, 2019
ସେପଟେ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବା ପରେ ଅମିତ୍ ଶାହା ଟ୍ୱିଟ୍ କରି ଲେଖିଥିଲେ କି, ‘ପାକିସ୍ତାନ ଉପରେ ଟିମ୍ ଇଣ୍ଡିଆର ଆଉ ଏକ ଷ୍ଟ୍ରାଇକ ଏବଂ ପରିଣାମ ସମାନ । ଭଲ ପ୍ରଦର୍ଶନ ପାଇଁ ପୂରା ଟିମ୍ କୁ ଶୁଭେଚ୍ଛା । ଏଭଳି ସାନ୍ଦାର ପ୍ରଦର୍ଶନ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରୁଛି ।’ ଏହାର ଜବାବରେ ଗଫୁର ଟ୍ୱିଟ୍ କରି କହିଛନ୍ତି କି, ‘ପ୍ରିୟ ଅମିତ୍ ଶାହା , ହଁ ଆପଣଙ୍କ ଟିମ୍ ମ୍ୟାଚ୍ ଜିତିଲା । ଟିମ୍ ଇଣ୍ଡିଆ ବହୁତ ଭଲ ଖେଳିଲା । ଦୁଇଟି ଅଲଗା ଅଲଗା ଜିନିଷକୁ ତୁଳନା କରାଯାଇ ପାରିବ ନାହିଁ । ଠିକ୍ ସେହିପରି ଷ୍ଟ୍ରାଇକ ଏବଂ ମ୍ୟାଚ୍ ।’
ସେହିପରି ଭାରତଠାରୁ ପାକିସ୍ତାନ ହାରିବା ପରେ ପାକିସ୍ତାନର ଅଧିନାୟକ ସରଫରାଜ ଅହମଦ ଟାର୍ଗେଟରେ ଆସି ଯାଇଛନ୍ତି । ଏହି ହାରିବାକୁ ନେଇ ତାଙ୍କରି ଦଳର ଲୋକ ହିଁ ତାଙ୍କୁ ଦୋଷୀ ବୋଲି କହୁଛନ୍ତି ।