ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଶୁର ଡ୍ୟାନ୍ସର ସପ୍ନା ଚୌଧରୀଙ୍କ ରାଜନୀତିରେ ସାମିଲ ହେବାକୁ ନେଇ ହେଉଥିବା ଚର୍ଚ୍ଚାରେ ଏବେ ଅନ୍ତ ଘଟିଛି । ସପ୍ନାଙ୍କୁ ନେଇ ଦୀର୍ଘ ଦିନ ଧରି ହେଉଥିବା ଚର୍ଚ୍ଚା ପରେ ସେ ଭାରତୀୟ ଜନା ପାର୍ଟିରେ ସାମିଲ ହୋଇଛନ୍ତି । ଜବାହର ଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସେ ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ, ବିଜେପି ମହାସଚିବ ରାମଲାଲ ଏବଂ ଦିଲ୍ଲୀ ପ୍ରଦେଶାଧ୍ୟକ୍ଷ ମନୋଜ ତିୱାରୀ ବି ଉପସ୍ଥିତ ଥିଲେ ।
ଏବେ ସାରା ଦେଶରେ ବିଜେପିର ସଦସ୍ୟତା ଅଭିଯାନ ଚାଲିଛି । ଇତି ମଧ୍ୟରେ ସପ୍ନା ଚୌଧୁରୀଙ୍କୁ ଦଳରେ ସାମିଲ ହେବା ପାଇଁ ମଉକା ମିଳିଛି ।
ଖବରମୁତାବକ, ଦିଲ୍ଲୀରେ ଲୋକସଭା ନିର୍ବାଚନ ପ୍ରଚାରର ଶେଷ ଦିନ ଉତ୍ତର ପୂର୍ବ ଦିଲ୍ଲୀରୁ ବିଜେପି ପ୍ରତ୍ୟାସୀ ମନୋଜ ତିୱାରୀ ଏବଂ ଭୋଜପୁରୀ ଗାୟକ ଖେସାରୀ ଲାଲ ଙ୍କ ପାଇଁ ସପ୍ନା ଚୌଧୁରୀ ପ୍ରଚାର କରିଥିଲେ ।