ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦କୁ ନେଇ ଆଜି ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ‘କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି’ ନାମରେ ଏକ ଗ୍ୟାରେଣ୍ଟିକାର୍ଡ ଜାରି କରାଯାଇଛି । ଏହି କାର୍ଡର ଅର୍ଥ ଯଦି ଆମ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ଜିତୁଛି, ତେବେ ସେ ଆଗାମୀ ୫ ବର୍ଷ ମଧ୍ୟରେ କେଉଁ କାମ କରିବ ସେସବୁ ଗ୍ୟାରେଣ୍ଟି କାର୍ଡରେ ରହିବ ।
ଗ୍ୟାରେଣ୍ଟି କାର୍ଡ ଜାରି କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ଜନତାଙ୍କ ପାଇଁ ମୋ ତରଫରୁ ୧୦ ଗ୍ୟାରେଣ୍ଟି । ଏହି ଗ୍ୟାରେଣ୍ଟି କାର୍ଡରେ ଅନେକ ଯୋଜନାର ୫ ବର୍ଷର ଗ୍ୟାରେଣ୍ଟି ରହିଛି । ଏହି ସମସ୍ତ ଯୋଜନା ଆଗାମୀ ୫ ବର୍ଷ ଯାଏଁ ଲାଗୁ ରହିବ ।
ଗ୍ୟାରେଣ୍ଟି କାର୍ଡର ପଏଣ୍ଟସ୍
– ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ
– ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍
– ପ୍ରତ୍ୟେକ ଘରେ ପାଣି ସୁବିଧା
– ଦିଲ୍ଲୀରେ ଜନ୍ମିତ ପିଲାଙ୍କ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ଭଲ ଶିକ୍ଷାର ଦାୟିତ୍ୱ ସରକାର ନେବେ, ସେ ତେଣିକି ସରକାରୀ ସ୍କୁଲର ପିଲା ହୋଇଥାନ୍ତୁ ଅବା ବେସରକାରୀ ।
– ମାଗଣା ଚିକିତ୍ସା ଗ୍ୟାରେଣ୍ଟି ।