ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ହତ୍ୟା ଧମକ ଦିଆଯାଇଛି । ଖୋଦ୍ ଦିଲ୍ଲୀ ପୁଲିସ ଏହି ସୂଚନା ଦେଇଛି । ପୁଲିସ ରିପୋର୍ଟ ଅନୁସାରେ, କେଜ୍ରିୱାଲଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଏକ ଫୋନ କଲ ଆସିଥିଲା । ଯେଉଁଥିରେ ଫୋନ କରିଥିବା ବ୍ୟକ୍ତି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବ ବୋଲି କହିଥିଲା ।
କେବଳ ଏତିକି ନୁହେଁ ଫୋନ କରିଥିବା ବ୍ୟକ୍ତି ନିଜର ଠିକଣା ବିକାସପୁରୀ ବୋଲି କହିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ସେପଟେ ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ଫୋନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଏଯାବତ୍ ସେମିତି କିଛି ଠୋସ ପ୍ରମାଣ ମିଳିନାହିଁ । ମୋବାଇଲ କଲକୁ ପୁଲିସ ଯାଞ୍ଚ କରୁଛି ।