ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ଲୋକସଭା ନିର୍ବାଚନ । ସେଥିପାଇଁ ଏବେ ରାଜନୈତିକ ମାହୋଲ ପୂରା ସରଗରମ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ କାଦୁଅ ଫୋପଡା ଆରମ୍ଭ ହୋଇଯାଇଛି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘୋର ବିରୋଧ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ଅଛନ୍ତି । କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଶଭକ୍ତିର ପଶ୍ନ ଉଠାଇ ବଡ ବୟାନ ଦେଇଛନ୍ତି ।
ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଲେଖିଛନ୍ତି କି , ‘ମୋଦି ଭକ୍ତ କଦାପି ଦେଶ ଭକ୍ତ ହୋଇ ପାରିବେ ନାହିଁ ଏବଂ ଦେଶ ଭକ୍ତ କେବେ ବି ମୋଦି ଭକ୍ତ ହେବେ ନାହିଁ । ଏବେ ସମୟ ଆସି ଯାଇଛି- ଆପଣ ହିଁ ବାଛିବେ ମୋଦି ଭକ୍ତ କି ଦେଶ ଭକ୍ତ?’ ।
ଅରବିନ୍ଦ କେଜ୍ରିୱାଲଙ୍କ ଏହି ଟ୍ୱିଟ୍ ପରେ ରାଜନୀତିକ ମାହୋଲରେ ହଙ୍ଗମା ସୃଷ୍ଟି କରିଛି । ତାଙ୍କର ଏହି ବୟାନକୁ ନେଇ ଭାରତୀୟ ଜନତା ପାର୍ଟି କେଜ୍ରିୱାଲଙ୍କ ଉପରେ ବର୍ଷିବା ସହ ସେ ଦେଶକୁ ଅପମାନ କରିଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଏହାବ୍ୟତିତ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଉପରେ ସ୍କୁଲ ନିର୍ମାଣକୁ ରୋକିବାର ଅଭିଯୋଗ ମଧ୍ୟ ଲଗାଇଛନ୍ତି । ସେ କହିଛନ୍ତି କି ମୋଦି ସରକାର ଦିଲ୍ଲୀରେ ସ୍କୁଲ ତିଆରିରେ ରୋକ ଲଗାଇଛନ୍ତି । କଳି ଝଗଡା କରି ଏପର୍ଯ୍ୟନ୍ତ ୧୧ ହଜାର ରୁମ୍ ତିଆରି ଆରମ୍ଭ ହୋଇଛି । ଆପଣ ଭାବିବା ଦରକାର ବି ଆପଣ ଆପଣଙ୍କ ଛୁଆଙ୍କୁ ଭଲ ପାଉଛନ୍ତି ନା ମୋଦି ସରକାରଙ୍କୁ । ଯଦି ଆପଣ ଆପଣଙ୍କ ଛୁଆଙ୍କୁ ଭଲ ପାଉଛନ୍ତି ତେବେ ଆପ୍ କୁ ଭୋଟ୍ ଦେବେ । ମୋଦି ଜୀଙ୍କୁ ଭୋଟ ଦେଲେ ପୁଣି ଆପଣଙ୍କ ଛୁଆଙ୍କର ସ୍କୁଲ ନିର୍ମାଣରେ ରୋକ ଲଗାଇବେ ।
ଖବରମୁତାବକ, ବର୍ଷ ୨୦୧୪ରେ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଆପ୍ ଦଳ ଗୋଟେ ବି ସିଟ୍ ହାତେଇ ପାରିନଥିଲା । କିନ୍ତୁ ବିଜେପି ୭ଟା ସିଟ୍ କୁ କବ୍ଚା କରିଥିଲା । ସେଥିପାଇଁ ମୋଦି ସରକାରଙ୍କୁ ହଟାଇବା ଲାଗି ଆମ ଆଦମୀ ପାର୍ଟି କଂଗ୍ରେସ ସହ ହାତ ମିଶାଇଛି ।