ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ନେତା ଶଶି ଥରୁରଙ୍କ ବିରୋଧରେ ୱାରେଣ୍ଟ ଜାରି । ଶିବଲିଙ୍ଗ ଉପରେ ଥିବା ବିଛା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନା କରିଥିବା ମାମଲାରେ ଦିଲ୍ଲୀର ରାଓଜ ଏଭିନ୍ୟୁ କୋର୍ଟ ପକ୍ଷରୁ ଥରୁରଙ୍କ ନାଁରେ ୱାରେଣ୍ଟ ଜାରି କରାଯାଇଛି । ପ୍ରକୃତରେ ଥରୁର କିମ୍ବା ତାଙ୍କ ଓକିଲ କୋର୍ଟରେ ହାଜର ନହେବାରୁ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଛି ।
ଏହି ମାମଲାରେ ଗତ ୭ ଅଗଷ୍ଟରେ କୋର୍ଟ ପକ୍ଷରୁ ଅଭିଯୁକ୍ତ ନିର୍ଣ୍ଣୟ କରିବାକୁ ନେଇ ନିଷ୍ପତିକୁ ସୁରକ୍ଷିତ ରଖାଯାଇଥିଲା । ଗତ ଜୁଲାଇ ୨୫ ତାରିଖରେ କୋର୍ଟରେ ହାଜର ହୋଇ ଅପରାଧୀ ନୁହେଁ ବୋଲି ଶଶି ଥରୁର କହିଥିଲେ । କୋର୍ଟରେ ଥରୁର କହିଥିଲେ କି, ତାଙ୍କ ପାଖକୁ ଯେଉଁ ସମନ ପଠାଯାଇଛି ତାହା ଭୁଲ୍ ଅଟେ । ଗତ ଜୁନ୍ ୭ରେ ଥରୁରଙ୍କୁ କୋର୍ଟରୁ ଜାମିନ୍ ମିଳିଥିଲା ।
ରାଜୀବ ବାବର ତାଙ୍କ ପିଟିସନରେ କହିଛନ୍ତି କି, ବାଙ୍ଗାଲୁରୁର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶିବ ଲିଙ୍ଗର ବିଛା ବୋଲି କହିଥିଲେ ଶଶି ଥରୁର । ଯାହାକୁ ହାତରେ ହଟାଯାଇ ପାରିବ ନା ଚପଲରେ । ଥରୁରଙ୍କ ଏହି ବୟାନ କୋଟି କୋଟି ଲୋକଙ୍କ ଭାବନାକୁ ଆହତ କରିଥିଲା ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ମୁଁ ଜଣେ ଶିବ ଭକ୍ତ ଏବଂ ଥରୁରଙ୍କ ବୟାନ ଅସଂଖ୍ୟ ଶିବଭକ୍ତଙ୍କ ଭାବନାକୁ ଆହତ ପହଁଚାଇଛି । ପିଟିସନରେ ଥରୁରଙ୍କ ବୟାନକୁ ଅସହନୀୟ ବୋଲି କୁହାଯାଇଛି ।