ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆବଶ୍ୟକ ହେଲେ ପୁଣି ବିଜେଡି ବିଜେପି ମେଣ୍ଟ ହବା କଥା ବରିଷ୍ଠ ନେତା ଦାମ ରାଉତ କହିଥିଲେ । ଯାହାକୁ ନେଇ ଚର୍ଚ୍ଚର୍ା ଜୋର ଧରିଥିଲା । ସତରେ କଣ ବିଜେଡି ବିଜେପି ଏକ ହେବ ତାକୁ ନେଇ ବିତର୍କ ଥମିନଥିବା ବେଳେ ଜାତୀୟ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ପ୍ରତିକ୍ରିୟାକୁ ନେଇ ରାଜନୀତି ଜୋର ଧରିଛି । ଯେଉଁ ପ୍ରତିକ୍ରିୟାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଧର୍ମେନ୍ଦ୍ର କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟ ଓ କେନ୍ଦ୍ର ମିଳିମିଶି କାମ କରିବାରୁ ବିପନ୍ନଙ୍କ ପାଖରେ ସହାୟତା ଠିକ ସମୟରେ ପହଞ୍ଚି ପାରିଥିଲା ।
ଯାହାକୁ ନେଇ ଏବେ ଓଡିଶାରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ଅଲଗା ଇସାରା ପରି ଲାଗିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାତ୍ୟା ସମୀକ୍ଷା ନେଇ ଆସି ମୁଖ୍ୟମନ୍ତ୍ରୀକୁ ପ୍ରଶଂସା କରିଥିଲେ । ସେହିଭଳି ନବୀନ ମଧ୍ୟ କେନ୍ଦ୍ରର ବାତ୍ୟା ବେଳେ ସହଯୋଗ ନେଇ ପ୍ରଶଂସା କରିଥିଲେ । ଅପରପକ୍ଷେ ପ୍ରକାଶ ପାଇଥିବା ଅପରପକ୍ଷେ ଏନଡିଏକୁ ମାତ ଦେବା ପାଇଁ କଂଗ୍ରେସ ଝୁଲା ସରକାର ପାଇଁ ରଣହୁଙ୍କାର ଦେଇଛି । ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ବିଏସପି ନେତ୍ରୀ ମାୟାବତୀ, ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସହିତ ବିଚାର ବିମର୍ଶ କରୁଛି ।
ସେହିଭଳି ଆସନ୍ତା ୨୩ ତାରିଖରେ ଫଲାଫଳ ପରେ ସୋନିଆ ଗାନ୍ଧୀ ଡାକିଥିବା ବୈଠକରେ ଯୋଗ ଦେବା ପାଇଁ ନବୀନଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଧର୍ମେନ୍ଦ୍ରଙ୍କ ନବୀନଙ୍କୁ ପ୍ରଶଂସା କିଛି ଅଲଗା ଇସାରା ଦେଉଥିବା ଆଲୋଚନା ଜୋର ଧରିଛି । ତେବେ ସେ ଯାହା ହେଉ ବିଭିନ୍ନ ସସ୍ଥା ଦ୍ୱାରା କରାଯାଇଥିବା ଏକଜିଟ ପୋଲରେ ଏନଡିଏକୁ ବହୁମତ ମିଳିବା ନେଇ ଆଶଙ୍କା କରାଯାଇଛି ।