ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସଂସଦରେ ଉଠିଲା ଶିକ୍ଷା ପ୍ରସଙ୍ଗ । ଆଜିର ଶିଶୁ କାଲିର ଭବିଷ୍ୟତ । ଏଣୁ ଛାତ୍ର ଛାତ୍ରୀମାନେ କିପରି ପାଠ ପଢ଼ିବେ ଏବଂ ଶିକ୍ଷାର ବିକାଶ ହେବ ତାଉପରେ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ମୋଦି ସରକାର ୨.୦ର ପ୍ରଥମ ଅର୍ଥ ବଜେଟ ଉପସ୍ଥାପନ ହେଉଛି । ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଅର୍ଥମନ୍ତ୍ରୀ ଶିକ୍ଷାକୁ ନେଇ କଣ କହିଛନ୍ତି ନଜର ପକାନ୍ତୁ…
୧- ବିଶ୍ୱରେ ୨୦୦ ଟପ୍ କଲେଜ ଭିତରେ ଭାରତ ୩ ନମ୍ବର
୨- ଭାରତରେ ଉଚ୍ଚ ଶିକ୍ଷା ପାଇଁ ବିଦେଶୀ ଛାତ୍ରୀ ଛାତ୍ରୀଙ୍କୁ ଆକର୍ଷିତ କରାଯିବ
୩- ଅନଲାଇନ କୋର୍ସ ଉପରେ ଜୋର ଦିଆଯିବ
୪- ଉଚ୍ଚ ଶିକ୍ଷା ପାଇଁ ୪ ଶହ କୋଟି
୫- ଖେଲୋ ଭାରତ ଯୋଜନାର ହେବ ସଂପ୍ରସାରଣ
୬- ରାଷ୍ଟ୍ରୀୟ ଖେଳ ଶିକ୍ଷା ବୋର୍ଡ ସ୍ଥାପନ ହେବ