ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନ ପ୍ରଚାରରେ ଏୟାରଷ୍ଟ୍ରାଇକ ଏବଂ ଅଭିନନ୍ଦନଙ୍କ ଫଟୋ ବ୍ୟବହାର ନକରିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଥିଲା । ଏହାପରେ ବିଜେପି ନେତାମାନେ ଏୟାର ଷ୍ଟ୍ରାଇକ ଏବଂ ଅଭିନନ୍ଦନଙ୍କ ଫଟୋ ନିର୍ବାଚନ ମହଲରେ ବ୍ୟବହାର କରିବାରେ ଲାଗି ପଡିଛନ୍ତି । ଇତି ମଧ୍ୟରେ ନିର୍ବାଚନ ଆୟୋଗର ନଜର ବିଜେପି ବିଧାୟକ ଓମ ପ୍ରକାଶ ଶର୍ମାଙ୍କ ଉପରେ ପଡିଛି । ଓମ ପ୍ରକାଶଙ୍କ ସୋସିଆଲ ସାଇଟ୍ ଫେସବୁକ୍ ରେ ସେୟାର କରାଯାଇଥିବା ୱିଙ୍ଗ କମାଣ୍ଡରଙ୍କ ଫଟୋ ହଟାଇବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଆଦେଶ ଦିଆଯାଇଛି । ଏଥରକ ନିର୍ବାଚନ ଆୟୋଗର ଫୋକସ୍ ପୂରା ସୋସିଆଲ ମିଡିଆ ଉପରେ ହିଁ ରହିଛି ।
ଖବରମୁତାବକ, ଦିଲ୍ଲୀର ବିଜେପି ବିଧାୟକ ଓମ ପ୍ରକାଶ ଶର୍ମା ମାର୍ଚ୍ଚ ୧ ରେ ଦୁଇଟି ପୋଷ୍ଟର ସେୟାର କରିଥିଲେ । ଏହି ଦୁଇ ଫଟୋରେ ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭର୍ତ୍ତମାନଙ୍କ ଫଟୋ ସହିତ ନରେନ୍ଦ୍ର ମୋଦି ଏବଂ ଅମିତ୍ ଶାହାଙ୍କ ଫଟୋ ମଧ୍ୟ ରହିଥିଲା । ଏହି ଫଟୋ ସେୟାର କରି ଲେଖିଥିଲେ କି ମୋଦି ଜୀ ଙ୍କ ଦ୍ୱାରା ଖୁବ୍ କମ୍ ସମୟ ଭିତରେ ବାହାଦୁର ଅଭିନନ୍ଦନଙ୍କୁ ଭାରତ ଫେରାଇ ଆଣିବା ଏହା ଭାରତର ବହୁତ ବଡ କୂଟନୈତିକ ବିଜୟ । ସେହିପରି ଦ୍ୱିତୀୟ ପୋଷ୍ଟରରେ ଲେଖାହୋଇଥିଲା କି , ମୁଣ୍ଢ ନୁଆଁଇଛି ପାକିସ୍ତାନ, ଫେରି ଆସିଛନ୍ତି ଦେଶର ବୀର ଯବାନ ।
ଏହି ମାମଲାରେ ଓମପ୍ରକାଶ ଶର୍ମା କହିଛନ୍ତି କି, ‘ନିର୍ବାଚନ ଆୟୋଗ ପକ୍ଷରୁ ମଙ୍ଗଳବାର ରାତିରେ ମୋତେ ନୋଟି ଆସିଛି । ଏହି ପୋଷ୍ଟଟି ଲୋକସଭା ନିର୍ବାଚନ ତାରିଖ ଘୋଷଣା କରାଯିବା ପୂର୍ବରୁ ହିଁ କରାଯାଇଥିଲା । ବୁଝିପାରୁନି ନିର୍ବାଚନ ଆୟୋଗ କିଭଳି କାମ କରୁଛନ୍ତି ।’
#Delhi: BJP MLA OP Sharma on being served showcause notice by Dist EC for posting his pic with a pic of IAF's Abhinandan Varthaman on social media on Mar 1: EC sent me a notice last night. The post was made before LS poll dates were announced.Can't understand how EC is operating. pic.twitter.com/jHo5HJmxeg
— ANI (@ANI) March 13, 2019
ନିର୍ବଚନୀ ପ୍ରଚାରରେ କୌଣସି ପ୍ରକାର ବ୍ୟାନର , ପୋଷ୍ଟର ଏବଂ ଯବାନଙ୍କ ଫଟୋ ଆଦି ବ୍ୟବହାର ନକରିବା ପାଇଁ ପ୍ରଥମରୁ ପ୍ରତ୍ୟେକ ରାଜନୌତିକ ଦଳମାନଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଥିଲା ।