ତେଲେଙ୍ଗାନା (ଏଟିଆର ବ୍ୟୁରୋ ) ; ତେଲେଙ୍ଗାନା କଂଗ୍ରେସର ସଭାପତି ହେଲେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ । ଆଜି କଂଗ୍ରେସ ପକ୍ଷରୁ ଏପରି ଘୋଷଣା କରାଯାଇଛି । ପୂର୍ବରୁ କଂଗ୍ରେସ ଉପରେ ଆଝାରୁଦ୍ଦିନ କ୍ଷୁବ୍ଧ ଥିବା ଖବର ଆସିବାରେ କଂଗ୍ରେସ ଅଝାରୁଦ୍ଦିନଙ୍କୁ ତେଲେଙ୍ଗାନାର ସଭାପତି କରାଇ ନୂଆ ଖେଳ ଖେଳିଛି ।
INC COMMUNIQUE
Appointment regarding office bearers of Telangana Pradesh Congress Committee. pic.twitter.com/aaGV3uCB8r
— INC Sandesh (@INCSandesh) November 30, 2018
ସୂଚନାଯୋଗ୍ୟ , ଆଝାରୁଦ୍ଦିନ ପୂର୍ବରୁ ୨୦୦୯ ମସିହାରେ ଉତ୍ତର ପ୍ରଦେଶର ମରିଦାବାଦରୁ ନିର୍ବାଚନ ଲଢି ସାଂସଦ ହୋଇଥିଲେ । ତେବେ ୨୦୧୪ ମସିହାରେ ଆଝାରୁଦ୍ଦିନ ରାଜସ୍ଥାନରୁ ସାଂସଦ ଭାବେ ପୁଣି ଥରେ ନିର୍ବାଚନୀ ମଇଦାନ ଓହ୍ଲାଇଥିଲେ ହେଁ ନିର୍ବାଚନରେ ସେ ହାରିଯାଇଥିଲେ । ଏହାପରେ ଅଝାରୁଦ୍ଦିନଙ୍କ ରାଜନୀତି କ୍ୟାରିୟର ସେହି ଠାରେ ସମାପ୍ତ ହୋଇଯାଇଥିବା ଚର୍ଚ୍ଚା ହେଉଥିଲା । ତେବେ କଂଗ୍ରେସ ପକ୍ଷରୁ ତାଙ୍କୁ ସଭାପତି କରାଯିବା ପରେ ଏବେ ତେଲେଙ୍ଗାନା ରାଜନୀତିରେ କିଛି ପରିବର୍ତ୍ତନ ଆସିବା ନେଇ ଆଶା କରାଯାଉଛି ।
ତେଲେଙ୍ଗାନା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ଆଝାରୁଦ୍ଦିନ ଦାୟିତ୍ୱ ପାଇବା ପରେ ତାଙ୍କ ଉପରେ ଏବେ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ ଆଶା କରିବ ବୋଲି ଦଳୀୟ କର୍ମୀ ଆଶାରଖିଛନ୍ତି ।
ସେପଟେ ମହମ୍ମଦ ଆଝାରୁଦ୍ଦିନଙ୍କୁ ଛାଡି ବିନୋଦ କୁମାର ଓ ଜାଫର ଜାଭେଦଙ୍କୁ ରାଜ୍ୟ କଂଗ୍ରେସର ଉପ ସଭାପତି ଦାୟିତ୍ୱ ଦେଇଛି କଂଗ୍ରେସ । ତେବେ ତେଲେଙ୍ଗାନାରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ବିଭିନ୍ନ ଦଳ ପକ୍ଷରୁ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।