ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଶପଥ ଗ୍ରହଣ ସମୟ ଯେତିକି ପାଖେଇ ଆସୁଛି । ନେତାଙ୍କ ଛାତି ଧକ ଧକ ସେତିକି ଜୋରରେ ହେଉଛି । ମୋଦି ତାଙ୍କ ନୂଆ ଟିମରେ କାହାକୁ ସୁଯୋଗ ଦେବେ ତାକୁ ଡ଼େି ଲାଗିରହିଛି ସସପେନ୍ସ । ମୋଦି ତାଙ୍କ ଦ୍ୱିତୀୟ ପାଳିରେ ପୁରୁଣାଙ୍କୁ ରିପିଟ କରିବେ ନାଁ ନୂଆ ମୁହଁକୁ ସୁଯୋଗ ଦେବେ ତାକୁ ନେଇ ଚାଲିଛି ନିଜନିଜ ଭିତରେ ଅଙ୍କକଷା ।
ସୂତ୍ରର ସୂଚୀନା ଅନୁରସାରେ ମୋଦି ଏଥର ତାଙ୍କ ମନ୍ତ୍ରୀ ମଣ୍ଡଳରେ ୪୦ ପ୍ରତିଶତ ନୂଆ ମୁହଁକୁ ସୁଯୋଗ ଦେଇ ପାରନ୍ତି । ସେହିଭଳି ଓଡିଶାରୁ ୩ ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଆକଳନ କରାଯାଉଛି । ସେହିଭଳି ବିଜେପି ସହଯୋଗୀ ଦଳମାନଙ୍କୁ ମଧ୍ୟ ଏଥର ମୋଦି ଗୁରୁତ୍ୱ ଦେଇ ପାରନ୍ତି । ଶଙ୍କର ପ୍ରସାଦ, ପ୍ରକାଶ ଜାଭେଡକର , ପିୟୁଷ ଗୋୟାଲଙ୍କ ପରି ହେବିୱେଟ ନେତାଙ୍କୁ ସୁଯୋଗ ଦେବାକୁ ଏଡା ଦିଆଯାଇ ନପାରେ ।
ଗତକାଲି ମୋଦି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ସାକ୍ଷାତ କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣ ପାଇର୍ ଜେଟଲି ଏଥର କୌଣସିି ଦାୟିତ୍ୱ ନେବାକୁ ପତ୍ର ମାଧ୍ୟମରେ ମୋଦିଙ୍କୁ ଅବଗତ କରାଇଥିଲେ । ମାତ୍ର ଏ ନେଇ ମୋଦି ଜେଟଲି ପୁନଃବିଚାର କରିବାକୁ ପରାମର୍ଶ ଦେଇଥିଲେ । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଏଥର ଏକ ଗୁରୁତ୍ୱ ବିଭାଗରେ ମୋଦି ଜେଟଲିଙ୍କୁ ଅବସ୍ଥାପିତ କରିବା ପାଇଁ ଚିନ୍ତା କାରିଥିଲେ । ସହିଭଳି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ମନ୍ତ୍ରୀ ପଦ ମିଳିବା ନେଇ ଫୋନ କଲ ଆସିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।