ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ମାତ୍ର ଅଳ୍ପ ଦିନ ଗଲେ ହେବ ବିହାର ନିର୍ବାଚନ । ଏହାରି ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପାଇଁ ଭଲ ଖବର ସାମ୍ନାକୁ ଆସିଛି । ଗୋଖାଦ୍ୟ ଦୁର୍ନୀତି ମାମଲାର ଚାଇବାସା ଟ୍ରେଜରୀ କେସରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି । କିନ୍ତୁ ଅନ୍ୟ ମାମଲାରେ ଲାଲୁ ଏବେ ଜେଲରେ ରହିବେ ।
ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନିତୀର ତିନୋଟି ବିଭିନ୍ନ ମାମଲାରେ ୧୪ ବର୍ଷ ପର୍ଯ୍ୟନ୍ତ ବନ୍ଦୀ ସଜା କାଟିବା ପରେ ୨୦୧୭ ମସିହା ଡିସେମ୍ବର ୨୩ରେ ଚିକିତ୍ସା ପାଇଁ ନ୍ୟାୟିକ ଅଧିନରେ ଝାରଖଣ୍ଡର ସବୁଠାରୁ ବଡ ଚିକିତ୍ସା କେନ୍ଦ୍ର ରାଜେନ୍ଦ୍ର ଆର୍ୟୁବିଜ୍ଞାନ କେନ୍ଦ୍ର (ରିମ୍ସ) ରେ ଭର୍ତ୍ତି ହୋଇଛନ୍ତି ।
୨୦୧୩ ମସିହାରେ ଗୋଖାଦ୍ୟ ଦୁର୍ନୀତିର ପ୍ରଥମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୪ ମସିହାରେ ଜାମିନରେ ଆସିଥିଲେ । କିନ୍ତୁ ପୁଣି ୨୦୧୭ ମସିହା ଡିସେମ୍ବର ୨୩ ରେ ଗୋଖାଦ୍ୟ ଦୁର୍ନୀତିର ଅନ୍ୟ ଏକ ମାମଲାରେ ଗିରଫ କରାଯାଇ ବରସାମୁଣ୍ଡା ଜେଲକୁ ପଠାଯାଇଥିଲା ।