ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ରକ୍ଷାମନ୍ତ୍ରୀ ଜର୍ଜ ଫର୍ଣ୍ଣାଜିସ୍ ଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ରୋଗରେ ପୀଡିତ ହୋଇ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ମାତ୍ର ଆଜି ସେ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି । ସେ ବାଜପେୟୀ ସରକାର ସମୟରେ ମନ୍ତ୍ରୀ ଥିଲେ । ଏହାସହିତ ସେ ଶେଷ ସମୟରେ ଅଲଜାଇମରରେ ପୀଡିତ ଥିଲେ । ମାନେ ତାଙ୍କର କିଛି ମନେ ରହୁନଥିଲା । ଜଣେ ସାଂସଦ ହିସାବରେ ରାଜ୍ୟସଭାରେ ତାଙ୍କର ଶେଷ କାର୍ଯ୍ୟକାଳ ୨୦୦୯ ଏବଂ ୨୦୧୦ ମଧ୍ୟରେ ଥିଲା ।
ପର୍ଣ୍ଣାଡିସ୍ ଜରୁରୀକାଳୀନ ବିରୋଧରେ ଲଢୁଥିବା ଜଣେ ବୀର ଯୋଦ୍ଧା ଥିଲେ । ୧୯୯୮ ରୁ ୨୦୦୪ ମଧ୍ୟରେ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଥିବା ଏନଡିଏ ସରକାରରେ ସେ ରକ୍ଷାମନ୍ତ୍ରୀ ଦାୟିତ୍ୱରେ ଥିଲେ । ରୋଗ ଯୋଗୁଁ ସେ ସାର୍ବଜନିକ ଜୀବନଠାରୁ ଦୂରେଇ ରହୁଥିଲେ ।
ମଙ୍ଗଲୁରୁର ଜର୍ଜ ଫର୍ଣ୍ଣଡିସ୍ ୧୯୯୪ ରେ ସମତା ପାର୍ଟି ଗଠନ କରିଥିଲେ । ଜରୁରୀକାଳୀନ ବିରୋଧରେ ସଂଘର୍ଷ କରି କ୍ଷାତି ଅର୍ଜନ କରିଥିଲେ । ଏହାସହିତ ସେ ନାଗରିକ ଅଧିକାର କାର୍ଯ୍ୟକର୍ତ୍ତା ଥିଲେ ଏବଂ ୧୯୭୭ ରୁ ୧୯୮୦ ମଧ୍ୟରେ ମୋରାରଜୀ ଦେସାଇ ନେତୃତ୍ୱରେ ଥିବା ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ପଦ ସମ୍ଭାଳି ଥିଲେ ।
ବର୍ଷ ୧୯୩୦ ଜୁନ୍ ମାନ ୩୦ ତାରିଖରେ ଫର୍ଣ୍ଣଡିସ୍ ଙ୍କର ଜନ୍ମ । ସେ ରେଳ ୟୁନିୟନ ର ବହୁତ ବଡ ନେତା ଥିଲେ । କାର୍ଗିଲ ଯୁଦ୍ଧ ସମୟରେ ସେ ରକ୍ଷାମନ୍ତ୍ରୀ ଥିଲେ । ୨୦୦୪ର ତାବୁତ କାଣ୍ଡ ପରେ ସେ ରକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
୧୯୭୫ରେ ଇନ୍ଦୀରା ଗାନ୍ଧୀ ସରକାର ଦେଶକୁ ଜରୁରୀକାଳୀନ ଘୋଷଣା କରିଥିଲେ । ହାତରେ ହାତକଡି, ବନ୍ଦ ମୁଠା ଏବଂ ମୁହଁର ହସ ପାଇଁ ଜର୍ଜ ଖୁବ୍ ଚର୍ଚ୍ଚିତ ।
ଫର୍ଣ୍ଣାଡିସ୍ ଙ୍କୁ ମନେପକାଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି କି, ‘ ଯେବେ ଆମେ ଜର୍ଜ ଫର୍ଣ୍ଣାଡିସ୍ ଙ୍କ ବିଷୟରେ ଭାବୁ ସେତେବେଳେ ଆମକୁ ଟ୍ରେଡ ୟୁନିୟନର ସେହି ନେତାଙ୍କ କଥା ମନେ ପଡେ, ଯିଏ ନ୍ୟାୟ ପାଇଁ ଲଢାଇ କରିଥିଲେ । ସେ ନିର୍ବଚନ ଜରିଆରେ ଅନେକ ବଡ ବଡ ନେତାଙ୍କୁ ବିନମ୍ର କରିଦେଉଥିଲେ । ଜଣେ ଦୂରଦର୍ଶୀ ରେଳ ମନ୍ତ୍ରୀ ଏବଂ ମହାନ ରକ୍ଷାମନ୍ତ୍ରୀ ଯିଏ ଭାରତକୁ ମଜବୁତ ଏବଂ ସୁରକ୍ଷିତ ରଖିଥିଲେ । ସାର୍ବଜନିକ ଜୀବନରେ ନିଜର ଲମ୍ବା ସମୟରେ ମଧ୍ୟରେ ଜର୍ଜ ନିଜର ରାଜନୀତିକ ବିଚାରଧାରାରେ କଦାପି ବିଚଳିତ ହୋଇନଥିଲେ । ସେ ଜରୁରୀମଳୀନକୁ ଘୋର ବେିରୋଧ କରୁଥିଲେ । ତାଙ୍କର ବିନମ୍ରତା ବେଶ୍ ଉଲ୍ଲଖନୀୟ ଥଲେ ।