ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦିକ୍ଷିତ୍ ଙ୍କ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ରୋଗରେ ପୀଡିତ ଥିଲେ । ଆଜିୁ ସକାଳୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ମାର୍ଚ୍ଚ ୩୧, ୧୯୩୮ ରେ ଜନ୍ମ ହୋଇଥିବା ଶିଲା ଦିକ୍ଷିତ ୧୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ ଦିଲ୍ଲୀର ଉତ୍ତର ପୂର୍ବ ସିଟ୍ ରୁ ନିର୍ବାଚନ ଲଢିଥିଲେ । ହୁଏତ ଏହି ସିଟ୍ ରେ ବିଜେପି ନେତା ମନୋଜ ତିୱାରୀ ବାଜି ମାତ୍ କରିଥିଲେ ।
ଏହାବ୍ୟତିତ ସେ ୧୯୮୪ ରୁ ୧୯୮୯ ଯାଏଁ କନୌଜ ର ସାଂସଦ ଥିଲେ । ଏହି ଅବସରରେ ସେ ସଂଯୁକ୍ତ ରାଷ୍ଟ୍ରରେ ମହିଳାଙ୍କ ଆୟୋଗରେ ଭାରତର ପ୍ରତିନିଧି ରହିବା ସହିତ ଲୋକସଭା ସମିତିରେ ବି ସାମିଲ ଥିଲେ ।