ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜର୍ମାନୀ ଚାଂସଲର ଏଞ୍ଜେଲା ମାର୍କେଲ । ଶୁକ୍ରବାର ରାଷ୍ଟ୍ରପତି ଭବନ ଠାରେ ମାର୍କେଲଙ୍କୁ ଗାର୍ଡ ଅଫ୍ ହନର୍ ଦିଆଯାଇଛି । ଏହି ସମୟରେ ଏଭଳି କିଛି ହୋଇଛି ଯାହାଫଳରେ ସମସ୍ତଙ୍କ ନଜର ସେହି ଗୋଟିଏ ସ୍ଥାନରେ । ପ୍ରକୃତରେ ଯେଉଁ ସମୟରେ ଭାରତୀୟ ରାଷ୍ଟ୍ରଗାନର ଧୁନ୍ ବାଜୁଥିଲା ସେହି ସମୟରେ ଚାଂସଲର ମାର୍କେଲ ଛିଡା ନହୋଇ ତାଙ୍କ ସିଟ୍ ରେ ବସି ରହିଥିଲେ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରକୃତରେ ମାର୍କେଲଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଯୋଗୁଁ ଭାରତର ଜାତୀୟ ସଙ୍ଗୀତ ଗାନ ସମୟରେ ସେ ଛିଡା ହୋଇପାରିବେ ନାହିଁ ବୋଲି ଭାରତକୁ ଅନୁରୋଧ କରିଥିଲେ । ସେହି ଅନୁଯାୟୀ ତାଙ୍କ ଅନୁରୋଧକୁ ଭାରତ ପକ୍ଷରୁ ସ୍ୱୀକାର କରାଯାଇଥିଲା । ସେଥିପାଇଁ ଯେଉଁ ସମୟରେ ଭାରତର ଜାତୀୟ ସଙ୍ଗୀତ ବାଜୁଥିଲା ସେହି ସମୟରେ ସେ ଚୌକିରେ ବସି ରହିଥିଲେ । ସେପଟେ ଅତିଥିଙ୍କ ଅନୁରୋଧକୁ ରକ୍ଷା କରି ଭାରତ ତାର ପ୍ରୋଟୋକଲକୁ ଢିଲା କରିଥିଲା ।