ଗୋଆ (ଏଟିଆର ବ୍ୟୁରୋ ) ; ଆଉ ନାହାନ୍ତି କି ମନୋହର ପାରିକର ? ଏପରି ଆଶଙ୍କା ଓ ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ଭାବିବାକୁ ବାଧ୍ୟ ହେବ ଯେ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ସମ୍ଭବତଃ ଆଉ ନାହାନ୍ତି ଏପରି ମନ୍ତବ୍ୟ କଂଗ୍ରେସ ମୁଖପାତ୍ର ଜିତେନ୍ଦ୍ର ଦେଶପ୍ରଭୁ ଦେଇଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
ସୂଚନାଯେ୍ାଗ୍ୟ , ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ନାହି ଁ । ସେ ଏବେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି । ନିଜ ଘରକୁ ଏବେ ଏକ ଡାକ୍ତରଖାନା ବନାଇସାରିଛନ୍ତି ମନୋହର । ସେ ଅଗ୍ନାଶୟ କ୍ୟାନସରରେ ପୀଡିତ ଥିବାବେଳେ ତାଙ୍କ ପାଣାଜି ସ୍ଥିତ ଘରେ ଚିକିତ୍ସା କରାଯାଉଛି । ଦିଲ୍ଲୀରୁ ଘରକୁ ଫେରିବା ପରେ ତାଙ୍କ ଉପରେ ୨୪ ଘଣ୍ଟା ଡାକ୍ତରୀ ଟିମ ନଜର ରଖିଛନ୍ତି ।
ତେବେ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଆଉକେହି ଦେଖିନାହାନ୍ତି । ପାରିକରଙ୍କୁ କେହି ଦେଖିନଥିବା ଯୋଗୁ ସେ ଆଉ ନାହାନ୍ତି ବୋଲି କଂଗ୍ରେସ ଆଶଙ୍କା କରିଛି । ଏହି ଅବସରରେ କଂଗ୍ରେସ ମୁଖପାତ୍ର ଜିତେନ୍ଦ୍ର ଦେଶପ୍ରଭୁ ପ୍ରଶ୍ନ କରିଛନ୍ତି ଯେ ଆମେ ଭାବିବାକୁ ବାଧ୍ୟ ହେବୁ ଯେ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ସମ୍ଭବତଃ ଆଉ ନାହାନ୍ତିି । ମନୋହରଙ୍କ ଅନୁପସ୍ଥିତିରେ ତାଙ୍କ ପାଖରେ ରହୁଥିବା ବହୁ ଅଧିକାରୀ ବେଆଇନ ଭାବେ ନିଷ୍ପତି ନେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେବେ ବିଜେପି ପ୍ରମାଣ କରୁ ଯେ ମନୋହର ପାରିକର ଜୀବିତ ଅଛନ୍ତି ।
ସେପଟେ ବିଜେପି କହିଛି ଯେ କଂଗ୍ରେସର ଏପରି ବୟାନ ହତାଶଭାବ । ପାରିକରଙ୍କ ଚିକିତ୍ସା ଜାରି ରହିଛି ଓ ୨୪ ଘଣ୍ଟା ଗୋଟିଏ ଡାକ୍ତରୀ ଟିମ ତାଙ୍କ ଦେଖାରେଖା କରୁଛନ୍ତି ବୋଲି ବିଜେପି ପ୍ରତିକ୍ରିୟାରେ କହିଛି ।