ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ବିଲ୍ ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଏହା ଆଇନ୍ ରେ ପରିଣତ ହୋଇଯାଇଛି । ଏହା ପରେ ବି ଏପର୍ଯ୍ୟନ୍ତ ଏହାକୁ ନେଇ ସରକାରଙ୍କ ପକ୍ଷରୁ ଅଧିସୂଚନା ଜାରି କରାଯାଇ ନାହିଁ ।
ରିପୋର୍ଟ ମୁତାବକ, ଅଧିସୂଚନା ଜାରି କରିବା ପୂର୍ବରୁ ସରକାର ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଚାହୁଁଛନ୍ତି । ଯାହାଫଳରେ ଏହି ଆଇନ ନ୍ୟାୟିକ ସମୀକ୍ଷାରେ ବି ସଫଳ ହୋଇପାରୁ ।
ସେହିପରି ଗୃହମନ୍ତ୍ରାଳୟ ଅଧିକାରୀ କହିଛନ୍ତି କି, ଏହି ମାମଲା ଏବେ ସୁପ୍ରିମ କୋର୍ଟରେ ରହିଛି, ସେଥିପାଇଁ ଏଥର କୌଣସି ନିଷ୍ପତି ବିଶେଷଜ୍ଞଙ୍କ ପରାମର୍ଶ ପରେ ହିଁ ନିଆଯିବ ।