ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଐତିହାସିକ ରାଜପଥ ଅଞ୍ଚଳକୁ ନୂଆ ରୂପ ରଙ୍ଗରେ ଗଢିବା ପାଇଁ ମୋଦି ସରକାର ଯୋଜନା କରିଛନ୍ତି । ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ଇଣ୍ଡିଆ ଗେଟ୍ ଏବଂ ଆଖାପାଖରେ ଥିବା ପାଖାପାଖି ୪ କି.ମି ଦୁରତା ମଧ୍ୟରେ ଯେଉଁ ବିଲ୍ଡିଂ ରହିଛି ସେଗୁଡିକର ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି । ରାଜପଥ, ସଂସଦ ଭବନ ଏବଂ ସଚିବାଳୟ ଆଦିକୁ ସରକାର ରିଡେଭଲପ କରିବାକୁ ଯାଉଛନ୍ତି । ସେଣ୍ଟ୍ରାଲ ଭିସ୍ତାର ର ମାଷ୍ଟର ପ୍ଲାନରେ ନୂତନ ଭାରତର ମୂଲ୍ୟ ଏବଂ ଆକାଂକ୍ଷାର ଝଲକ ଦୃଶ୍ୟମାନ ହେବ ।
ସରକାର ପକ୍ଷରୁ କେବଳ ସଂସଦ ଭବନକୁ ନୁହେଁ ବରଂ ସମ୍ପୂର୍ଣ୍ଣ ସେଣ୍ଟ୍ରାଲ ଭିସ୍ତାକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତି କରାଯାଉଛି । ହୁଏତ ବର୍ତ୍ତମାନ ଥିବା ସଂସଦ ଭବନ ସ୍ଥାନରେ ନୂତନ ସଂସଦ ଭବନ ତିଆରି ହେବ କି, ନା ସେଥିରେ କେବଳ ପରିବର୍ତ୍ତନ କରାଯିବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସରକାରଙ୍କ ଯୋଜନା ଅନୁଯାୟୀ କେନ୍ଦ୍ରୀୟ ସଚିବାଳୟରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ପାଖାପାଖି ୪ କି.ମି ମଧ୍ୟରେ ଥିବା କ୍ଷେତ୍ରକୁ ପରିବର୍ତ୍ତନ କରାଯିବ । ସେପଟେ ଏହି କାର୍ଯ୍ୟ ପାଇଁ ଆବାସ ଏବଂ ସହରୀ କାର୍ଯ୍ୟ ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ କମ୍ପାନୀକୁ ପ୍ରସ୍ତାବ ମଗା ଯାଇଛି ।
ମନ୍ତ୍ରାଳୟର ଉଚ୍ଚପଦସ୍ତ ସୂତ୍ର ଅନୁଯାୟୀ,ସେପ୍ଟମ୍ବର ୨ରେ ଏହି ମାମଲାରେ ସିପିଡବ୍ଲ୍ୟୁଡି ପ୍ରସ୍ତାବ ମାଗିଛି । ଅକ୍ଟୋବର ୧୫ ସୁଧା କମ୍ପାନୀକୁ ସେମାନଙ୍କର ପ୍ରସ୍ତାବ ଦେବା ପାଇଁ କୁହାଯାଇଛି ।
ଏନେଇ ମନ୍ତ୍ରାଳୟର ଅଫିସରଙ୍କ କହିବାନୁଯାୟୀ, ଏହି ପ୍ରୋଜେକ୍ଟକୁ ପାଞ୍ଚ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ସରକାର ଚାହୁଁଛନ୍ତି ।
ଜାଣନ୍ତୁ ସେଣ୍ଟ୍ରାଲ ଭିସ୍ତା କଣ?
– ରାଷ୍ଟ୍ରପତି ଭବନଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ୨.୫ କି.ମି ଲମ୍ବାର ରାଜପଥ ।
– ଏହାସହିତ ଆଖପାଖରେ ଥିବା ୪୪ ବିଲ୍ଡିଂ ବି ସେଣ୍ଟ୍ରାଲ ଭିସ୍ତା ଜୋନ୍ ରେ ଆସିଥାଏ । ଯେଉଁଥିରେ ସଂସଦ ଭବନ, ଦକ୍ଷୀଣ ଏବଂ ଉତ୍ତର ବ୍ଲକ ବି ସାମିଲ ଅଛି ।