ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକଙ୍କ ସୁବିଧା ପାଇଁ ଗୋଟେ ପରେ ଗୋଟେ ଯୋଜନା କରିଚାଲିଛନ୍ତି କେନ୍ଦ୍ରସରକାର । ପ୍ରଥମେ ବିଭିନ୍ନ ରାଜ୍ୟର କୃଷକଙ୍କ ପରେ ଏବେ ଯେଉଁ ବ୍ୟକ୍ତି କ୍ଷୁଦ୍ର ଋଣ ନେଇ ସୁଝିପାରୁ ନାହାନ୍ତି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ଋଣ ବି ଛାଡ କରି ପାରନ୍ତି ସରକାର । ପ୍ରକୃତରେ କ୍ଷୁଦ୍ର ଋଣ ନେଇ ଅସୁବିଧାରେ ପଡିଥିବା ବ୍ୟକ୍ତିଙ୍କୁ ମୁକ୍ତି କରିବା ପାଇଁ ପରିଶୋଧ ଅକ୍ଷମତା ଆଇନ ଅନ୍ତର୍ଗତ ସରକାର ଏହି ଯୋଜନା ବନାଇଛନ୍ତି ।
ଏନେଇ କମ୍ପାନୀ ମାମଲାର ସଚିବ ଶ୍ରୀନିବାସ କହିଛନ୍ତି କି ,ଆର୍ଥିକ ରୂପେ କମଜୋର ଥିବା ବ୍ୟକ୍ତିଙ୍କୁ ଋଣ ବୋଝରୁ କୋହଳ କରିବା ପାଇଁ ମାଇକ୍ରୋଫାଇନାନ୍ସ ଉଦ୍ଦ୍ୟୋଗଙ୍କ ସହିତ ବିଚାର ବିମର୍ଶ ହୋଇଛି । ସେ ଜୋର ଦେଇ କହିଛନ୍ତି କି ବ୍ୟକ୍ତିଗତ ଦେବାଳିଆ ବର୍ଗରେ ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ କୋହଳ କରାଯିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ମାଇକ୍ରୋଫାଇନାନ୍ସ କମ୍ପାନୀ ସହିତ ଆମର ଚର୍ଚ୍ଚା ହୋଇଥିଲା । ତାଙ୍କ ଚିନ୍ତା ଉପରେ ଧ୍ୟାନ ଦିଆଯାଉଛି । ମାଇକ୍ରୋଫାଇନାନ୍ସ କମ୍ପାନୀକୁ ବୁଡାଇବା ଆମର କୌଣସି ଲକ୍ଷ୍ୟ ନାହିଁ ।