ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଜୁରାଟର ଗୋଧ୍ରାରେ ୨୦୦୨ରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଗଠିତ ନାନାବତି ଆୟୋଗ ରିପୋର୍ଟର, ଦ୍ୱିତୀୟ ଭାଗ ଆଜି ବିଧାନସଭାରେ ଆଗତ କରାଯାଇଛି । ପ୍ରଥମେ ୨୦୦୮ ମସିହା ସେପ୍ଟମ୍ବର ମାସରେ ଆୟୋଗର ପ୍ରାଥମିକ ରିପୋର୍ଟ ଆଗତ କରାଯାଇଥିଲା । ଏହି ଘଟଣାରେ ଗୁଜୁରାଟର ଜରୁରୀକାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି ।
ସୂଚନାଯୋଗ୍ୟ,୨୦୦୨ ମସିହା ଫେବୃଆରୀ ୨୭ରେ ସାବରମତୀ ଏକ୍ସପ୍ରେସରେ ୫୯ ଜଣ ସେବକଙ୍କୁ ପୋଡିଦେବା ଘଟଣାରେ ଗୁଜୁରାଟରେ ଦଙ୍ଗା ହୋଇଥିଲା । ଏହାର ତଦନ୍ତ ପାଇଁ ୨୦୦୨ ମସିହା ମାର୍ଚ୍ଚ ୩ରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମ କୋର୍ଟ ସେବାନିବୃତ ବିଚାରପତି ଜିଟି ନାନାବତିଙ୍କ ଅଧ୍ୟକ୍ଷତାରେ ଏକ ଆୟୋଗ ଗଠନ କରିଥିଲେ । ଆୟୋଗର ଦ୍ୱିତୀୟ ସଦସ୍ୟ ଥିଲେ ନ୍ୟାୟମୂର୍ତ୍ତି କେଜି ଶାହ । ଏହାପରେ ୨୦୦୯ ମସିହାରେ ଶାହଙ୍କ ମୃତ୍ୟୁ ପରେ ଅକ୍ଷୟ ମେହତାଙ୍କୁ ସଦସ୍ୟ କରାଯାଇଥିଲା ।
ପ୍ରଥମେ ଆୟୋଗକୁ ସାବରମତୀ ଏକ୍ସପ୍ରେସରେ ନିଆଁ ଲାଗିବା ଘଟଣାର ତଥ୍ୟ ଏବଂ ଘଟଣାର ତଦନ୍ତ କାମ ଦିଆଯାଇଥିଲା । କିନ୍ତୁ ପରେ ଗୋଧ୍ରା କାଣ୍ଡର ହିଂସା ମାମଲାରେ ତଦନ୍ତ କରିବା ପାଇଁ ଆୟୋଗକୁ କୁହାଯାଇଥିଲା ।