ମୁମ୍ବାଇ (ଏଟିଆର): ଟିଭି ଅଭିନେତ୍ରୀ ତଥା ବିଭ ବସ୍ ସିଜିନ୍ ୧୧ ର ବିଜୟନୀ ଶିଳ୍ପା ସିନ୍ଧେ ଏବେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି । ସେ ରାଜନୈତିକ ଦଳ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କହିଛନ୍ତି କି, ‘ମୁଁ ଜାଣିନଥିଲି କି ମୋ ପିତା ପୂର୍ବରୁ କଂଗ୍ରେସରେ ଥିଲେ ଏବଂ ସୁଶୀଲ କୁମାର ସିନ୍ଧେଙ୍କ ସହିତ ତାଙ୍କର ବହୁତ ଭଲ ବନ୍ଧୁତା ଥିଲା ।’ ଏହାସହିତ କଂଗ୍ରେସରେ ଯୋଗ ଦେବାକୁ ନେଇ ସୋସିଆଲ ମିଡିଆର ଶିଳ୍ପାଙ୍କୁ ଟ୍ରୋଲ ହେବାକୁ ପଡିଛି । କେବଳ ଏତିକି ନୁହେଁ କିଛି ମିମ୍ସ ମଧ୍ୟ ଭାଇରାଲ ହେଉଛି ।
ଶିଳ୍ପାଙ୍କୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି କି, ଶିଳ୍ପା ସିନ୍ଧେ ଏବେ ତାଙ୍କର ପାୱାର ହରେଇ ବସିଛନ୍ତି । ଏବେ ସେ କଂଗ୍ରେସ ଦଳର ସଦସ୍ୟ । ଭୁଲ୍ ହୋଇଗଲା । ୟାଙ୍କଠୁ ଭଲ ବିକାଶ କିମ୍ବା ହିନାଙ୍କୁ ଜିତାଇବାର ଥିଲା ।
#ShilpaShinde have lost it completely. She is now going to become a member of the Congress Party. Galti Ho Gayi ! Isse Achha Hina ya Vikas ko hi jeeta diya hota
— Rohit (@RohitSometimes) February 5, 2019
ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି କି, ‘ଏଥରକ ଭୁଲ୍ ଧରିଛନ୍ତି.. ମୁଁ ଶିଳ୍ପାଙ୍କ ବହୁତ ବଡ ପ୍ରଶଂସକ କିନ୍ତୁ ମୁଁ କଂଗ୍ରେସ ଥିବା ଶିଳ୍ପାଙ୍କୁ ସହଯୋଗ କରିବି ନାହିଁ ।’
Iss Baar Galat Pakde hai !!
I'm a admirer of Shilpa Shinde
But I cannot Support Congress wali Shilpa Shinde as its against my Ideology & Principles
— MEG (@IMegLeo) February 5, 2019
ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଶିଳ୍ପା ସିନ୍ଧେ କଂଗ୍ରେସ ଦଳରେ ସାମିଲ ହେବା ପରେ ରାହୁଲଙ୍କ ରିଆକ୍ସନ ଏପରି ରହିଛି- ଉଠା ଲେ ରେ ବାବା..ଉଠା ଲେ ।’
News: Shilpa Shinde Joined Congress party
Rahul Gandhi: Utha le re baba,,, utha le,,, #ShilpaShinde pic.twitter.com/Ssf8cEDF3h
— Shilpa Shinde 2.0.Risk Nothing…PARODY (@ShilpaSJokeS) February 5, 2019
ଟ୍ୱିଟରରେ ଆଉ ଜଣେ ୟୁଜର୍ସ ଲେଖିଛନ୍ତି କି, ‘ଭାବିଜୀ ଗଲତ ପକଡେ ହୈଁ’ ।
Bhabhi ji galat pakde hain @INCIndia ! #ShilpaShinde https://t.co/ykijBNUoBz
— Dr. Lavanya Sharma ?? (@lavanyasharma05) February 5, 2019