ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୀ ଦିବସ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ଗୃହମନ୍ତ୍ରୀ ଅମିତ୍ ଶାହା ସାମିଲ ହୋଇଛନ୍ତି । ଏହି ଅବସରରେ ଉତ୍ସବରେ ଉପସ୍ଥିତ ଥିବା ସାଂସଦ, ଅଧିକାରୀ ଏବଂ ଲୋକମାନଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି ଶାହା । ତାଙ୍କ ସର୍ତ ଅନୁଯାୟୀ ୪୦ ମିନିଟ୍ ପର୍ଯ୍ୟନ୍ତ ଅନ୍ୟ କୌଣସି ଭାଷା ବ୍ୟବହାର ନକରି ହିନ୍ଦୀ ଭାଷାରେ କଥା ହେବା । ମାତ୍ର ଶାହାଙ୍କ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିବା ପାଇଁ କେହି ସାହାସ ଜୁଟାଇ ପାରିଲେ ନାହିଁ ।
ଏହାବ୍ୟତିତ ଶାହା ହିନ୍ଦୀ ଭାଷାକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ତାଙ୍କ କହିବାନୁଯାୟୀ , ଯେବେ ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କାର୍ଯ୍ୟଭାର ସମ୍ଭାଳିଳେ ସେ ପ୍ରଥମେ ଗୋଟେ କଥା ଉପରେ ଧ୍ୟାନ ଦେଇଥିଲେ । ଏନେଇ ଆଗରୁ କୌଣସି ଅଧିକାରୀ ଧ୍ୟାନ ଦେଇନ ନାହାନ୍ତି । ତାଙ୍କର ମନ୍ତ୍ରୀ ହେବାର ୧୦ ଦିନ ବିତିଗଲା । କିନ୍ତୁ ତାଙ୍କ ଟେବୁଲ ଉପରେ ହିନ୍ଦୀ ଭାଷାର କୌଣସି ଗୋଟିଏ ବି ଫାଇଲ ନଥିଲା । ମାତ୍ର ଏବେ ୬୦ ପ୍ରତିଶତ ଫାଇଲ ହିନ୍ଦୀ ଭାଷାରେ ଟେବୁଲ ଉପରେ ଦେଖିବାକୁ ମିଳୁଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ହିନ୍ଦୀର ପ୍ରଚାର-ପ୍ରସାର ପାଇଁ ସଭା କ୍ଷେତ୍ରକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି କି ଆଜି ଅମ ଦେଶରେ ୧୨୨ ଟି ଭାଷା ରହିଛି , ଏତେ ବିବିଧତା ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳିନଥାଏ । ମୁଁ ଅନେକ ଦେଶକୁ ଯାଇଛି , ଏହି ଉତ୍ସବରେ ମୁଁ ସେ ସବୁ ଦେଶ ନାଁ ଉଠାଇବି ନାହିଁ । ଅନେକ ଦେଶର ଲୋକଙ୍କୁ ମୁଁ ସେମାନଙ୍କର ଭାଷା ବିଷୟରେ ପଚାରିଛି କିନ୍ତୁ ଜବାବରେ ଲୋକେ ସବୁବେଳେ ଇଂରାଜୀରେ କହୁଥିବାରୁ ନଜର ଆସିଛି । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କର ଭାଷା ବିଷୟରେ ଜଣା ନାହିଁ ।