ଜାମ୍ମୁକାଶ୍ମୀର ( ଏଟିଆରବ୍ୟୁରୋ) ;ଭାରତ ଜାମ୍ମୁକାଶ୍ମୀରରେ ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ! ଏଭଳି ଅଭିଯୋଗ ଆଣିଥିଲା ପାକିସ୍ତାନ । ତେବେ ଭାରତ ଶୁକ୍ରବାର ଦିନ ପାକିସ୍ଥାନର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି । ଏଭଳି ଅଭିଯୋଗର କୌଣସି ସତ୍ୟତା ନଥିବା କହିଛନ୍ତି ବର୍ହିବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶକୁମାର ।
ଆମେ ସଂପୁଣ୍ଣ ଭାବେ ପାକିସ୍ତାନର ଏହି ଅଭିଯୋକକୁ ଖଣ୍ଡନ କରୁଛୁ ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶକୁମାର କହିଛନ୍ତି । ଏଭଳି ଅଭିଯୋଗ ନୂଆ ନୁହେଁ । ପାକିସ୍ଥାନ ଏହା ପୁର୍ବରୁ ଅନେକ ଥର ଏଭଳି ଅଭିଯୋଗ ଆଣିଥିବା ସେ କହିଛନ୍ତି ।
ଏଭଳି ରାସାୟନିକ ଅସ୍ତ୍ର ବ୍ୟବହାର ସପକ୍ଷରେ ଥିବା ଯେକୌଣସି ରାଷ୍ଟ୍ର ବିରୋଧରେ ଭାରତ ଠିଆ ହୋଇଥିବା ସେ କହିଛନ୍ତି । ଏଣୁ ଏଭଳି ଭୁଲ ଭାରତ ସରକାର କରିପାରିବ କି ?
ଭାରତ ଜାମ୍ମୁକାଶ୍ମୀରର ନିରିହ ଜନସାଧାରଣଙ୍କ ଉପରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରୁଛି ବୋଲି ପାକିସ୍ଥାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫଜଲ ଗୁରୁବାର ଅଭିଯୋଗ ଆଣିଥିଲେ । କିନ୍ତ ପାକିସ୍ଥାନର ଏଭଳି ଅଭିଯୋଗକୁ ଶୁକ୍ରବାର ଖଣ୍ଡନ କରିଛନ୍ତି ଭାରତ ସରକାର ।