ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଗୋଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ବିଜେପି ବିଧାୟକ ଏବଂ ଡେପୁଟି ସ୍ପିକର ମିଚାଇଲ ଲୋବେ । ସେ ରାହୁଲଙ୍କ ଦ୍ୱାରା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ହାଲଚାଲ ପଚାରିବାକୁ ନେଇ ଖୁବ୍ ପ୍ରଭାବିତ ହୋଇଛନ୍ତି । ରାହୁଲଙ୍କ ସରଳତା ଏବଂ ବିନମ୍ରତାକୁ ନେଇ ଲୋବୋ କହିଛନ୍ତି କି ରାହୁଲଙ୍କ ପ୍ରଶଂସା ସାରା ଦେଶ ଏବଂ ଗୋଆର ଲୋକଙ୍କୁ କରିବା ଉଚିତ୍ ।
ଲୋବେ କହିଛନ୍ତି କି, ଅସୁସ୍ଥ ଥିବା ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ରାହୁଲ ଗୋଆ ଯାଇଥିଲେ । ତାଙ୍କ ସରଳତା ଏବଂ ବିନମ୍ରତାକୁ ଗୋଆବାସୀ ପ୍ରଶଂସା କରିବା ଉଚିତ୍ । ସେ ବହୁତ ସରଳ ବ୍ୟକ୍ତି ଏବଂ ତାଙ୍କ ଭଳି ନେତା ଗୋଆ ଏବଂ ଭାରତକୁ ଆବଶ୍ୟକ । ସେ ଆରୁ ମଧ୍ୟ କହିଥିଲେ କି , ‘ ରାହୁଲ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଦେଖାକରିବା ପାଇଁ ବିଧାନସଭା ଆସିଥିଲେ । ଏହାସହିତ ସେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବା ସହ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଥିଲେ ।’
ଖବରମୁତାବକ, ରାହୁଲଗାନ୍ଧୀ ଗତ ମଙ୍ଗଳବାର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିହରଙ୍କୁ ବିଧାନସଭାସ୍ଥିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ୧୫ ମିଟିନ୍ ଯାଏଁ ବାତ୍ତାଳାପ ହୋଇଥିଲା । ଏହି ଅବସରରେ ପାରିରଙ୍କୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ ରାହୁଲ । ୬୩ ବର୍ଷିୟ ମୁଖ୍ୟମନ୍ତ୍ରୀ ପାରିକର ଅଗ୍ନାଶୟ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାହୁଲ ଟ୍ୱିଟ୍ କରି କହିଛନ୍ତି କି , ‘ଆଜି ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହିତ ଭେଟିଲି ଏବଂ ତାଙ୍କୁ ଶୀଘ୍ର ସୁସ୍ଥ ହେବାକୁ ଶୁଭକାମନା ଦେଲି । ଏହା ମୋର ନିଜସ୍ୱ ବ୍ୟକ୍ତିଗତ ଯାତ୍ରା ଥିଲା ।’