ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଆମରିକା ସମକକ୍ଷ ମାଇକ ପମ୍ପିୟୋଙ୍କୁ ସ୍ପଷ୍ଟ କରିଛନ୍ତି କି , ଯଦି କାଶ୍ମୀର ମାମଲାରେ କୌଣସି ବର୍ତ୍ତାର ଆବଶ୍ୟକତା ହୁଏ ତେବେ ତାହା କେବଳ ପାକିସ୍ତାନ ସହିତ ହେବ ଏବଂ ଦ୍ୱିପାକ୍ଷୀୟ ହେବ ।
ଏବେ ଥାଇଲାଣ୍ଡର ରାଜଧାନୀରେ ଜୟଶଙ୍କର ଅଛନ୍ତି । ସେ ଏଠାରେ ଏସିଆନ୍ ଭାରତ ମନ୍ତ୍ରୀସ୍ତରୀୟ ବୈଠକ, ନୂତନ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ବିଦେଶ ମନ୍ତ୍ରୀଙ୍କ ବୈଠକ, ୨୬ତମ ଏସିଆନ କ୍ଷେତ୍ରୀୟ ମଞ୍ଚ ଏବଂ ୧୦ମ ମେକୋଂଗ ଗଙ୍ଗା ନିଗମ ମନ୍ତ୍ରୀସ୍ତରୀୟ ବୈଠକ ସମେତ ଅନେକ ସମ୍ମିଳନୀରେ ସାମିଲ ହେବେ ।
ଆମେରିକା ବିଦେଶମନ୍ତ୍ରୀ ପମ୍ପିୟୋଙ୍କ ସହିତ କ୍ଷେତ୍ରୀୟ ମାମଲାରେ ବିସ୍ତୃତ ଆଲୋଚନା ହୋଇଛି ବୋଲି ଜୟଶଙ୍କର ତାଙ୍କ ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ଏହାସହିତ ସେ ଆଜି ପମ୍ପିୟୋଙ୍କୁ ସ୍ପଷ୍ଟ କରିଦେଇଛନ୍ତି କି ଯଦି କାଶ୍ମୀର ମାମଲାରେ କୌଣସି ବାର୍ତ୍ତାର ଆବଶ୍ୟକତା ହୁଏ ହୁଏ ତେବେ ତାହା କେବଳ ପାକିସ୍ତାନ ସହିତ ହେବ ଏବଂ ଦ୍ୱିପକ୍ଷୀୟ ହେବ ।
ବିଦେଶମନ୍ତ୍ରୀଙ୍କ ଏଭଳି ବୟାନ ଦେବାର କାରଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପୁଣି ଥରେ ପାକିସ୍ତାନ ଭାରତ ମଧ୍ୟରେ ଚାଲିଥିବା କାଶ୍ମୀର ବିବାଦକୁ ନେଇ ଟିପ୍ପଣୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି କି କାଶ୍ମୀର ବିବାଦର ସମାଧାନ ଭାରତ ଏବଂ ପାକିସ୍ତାନ ଉପରେ ନିର୍ଭର । ହୁଏତ ଦୁଇ ଦେଶ ଚାହୁଁଛନ୍ତି ଯଦି ମୁଁ ଏଥିରେ ହସ୍ତକ୍ଷେପ କରିବା ପାଇଁ ପ୍ରସ୍ତୁତ ଅଛି । ବିବାଦର ସମାଧାନ ପାଇଁ ଆମ ମଧ୍ୟସ୍ଥତା ସମ୍ପୂର୍ଣ୍ଣ ଭାବେ ଭାରତ ଏବଂ ପାକିସ୍ତାନ ଉପରେ ନିର୍ଭର । ସେ ଆହୂରୀ ମଧ୍ୟ କହିଛନ୍ତି କି ଯଦି ଦୁଇ ଦକ୍ଷିଣ ଏସିଆ ପଡୋଶୀ ଦେଶ ଏହି ଦଶକ ପୁରୁଣା ପ୍ରସଙ୍ଗ ଉପରେ ସମାଧାନ କରିବା ପାଇଁ ସାହାଯ୍ୟ ମାଗନ୍ତି ତେବେ ଆମେ ତାଙ୍କୁ ସାହାଯ୍ୟ କରିଥାନ୍ତି ।
ଏହି ବୈଠକରେ ହୋଇଥିବା ଆଲୋଚନାରେ ଦୁହେଁ ଆର୍ଥିକ ଏବଂ ବ୍ୟାପାରିକ ନିତି ଉପରେ ଚର୍ଚ୍ଚା କରିଥିବାର କୁହାଯାଉଛି । ଏହାପୂର୍ବରୁ ମଙ୍ଗେଲିୟାର ବିଦେଶମନ୍ତ୍ରୀ ଡି ସୋଗବଟୋର ଙ୍କ ସହ ସାକ୍ଷତ କରିଥିଲେ ଜୟଶଙ୍କର ।