ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ‘ହାଉଡି ମୋଦି’ ରେ ସାମିଲ ହେବା ପାଇଁ ପାଖାପାଖି ୪୦ ହଜାର ଲୋକ ଏପର୍ଯ୍ୟନ୍ତ ପଞ୍ଜିକୃତ କରିସାରିଲେଣି । ଏହି ସମ୍ମିଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟମ୍ବର ୨୨ରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ ।
‘ହାଓଡି’ ର ସଂକ୍ଷିପ୍ତ ଅର୍ଥ ହେଉଛି ‘ହାଓ ଡୁ ୟୁ ଡୁ’ । ଦକ୍ଷୀଣ ଆମେରିକାରେ ସାଧାରଣତ ଲୋକେ ଅନ୍ୟ ଜଣଙ୍କ ସହ ସାକ୍ଷାତ କଲେ ଏଭଳି କଥା ବାର୍ତ୍ତା ହୋଇଥାନ୍ତି । ଏନେଇ ହ୍ୟୁଷ୍ଟନର ସରକାରୀ ସଂଗଠନ ଟେକ୍ସାସ ଇଣ୍ଡିଆ ଫୋରମ ପକ୍ଷରୁ କୁହାଯାଇଛି କି ସମ୍ମିଳନୀକୁ ଆସିବା ପାଇଁ କୌଣସି ଶୁଳ୍କ ନିଆ ଯାଉ ନାହିଁ, କିନ୍ତୁ ଏଥିପାଇଁ ପାସ୍ ନିହାତି ଆବଶ୍ୟକ ।
ଆମେରିକାର ଏନଆରଜୀ ଫୁଟବଲ୍ ଷ୍ଟାଡିୟମରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ପାଖାପାଖି ୫୦ ହଜାର ଲୋକ ସାମିଲ ହେବାର ଆଶା କରାଯାଉଛି । ହ୍ୟୁଷ୍ଟନରେ ୫ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟ ଲୋକ ରହୁଛନ୍ତି ।
ହ୍ୟୁଷ୍ଟନର ମେୟର ସିବ୍ଲେଷ୍ଟର ଟର୍ନର କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ହ୍ୟୁଷ୍ଟନରେ ସ୍ୱାଗତ କରିବା ପାଇଁ ବହୁତ ଉତ୍ସାହିତ । ଯେଉଁଠି ଅଧିକ ସଂଖ୍ୟାରେ ପ୍ରବାସୀ ଭାରତୀୟ ରହୁଛନ୍ତି ।
ସେପଟେ ଟେକ୍ସାସ ଇଣ୍ଡିଆ ଫୋରମ ପକ୍ଷରୁ କୁହାଯାଇଛି କି ପ୍ରଥମ ସପ୍ତାହରେ ହିଁ ୩୯ ହଜାରରୁ ଅଧିକ ଲୋକ ପଞ୍ଜିକରଣ କରିସାରିଥିଲେ । ଏକ ହଜାରରୁ ଅଧିକ ସ୍ୱୟଂସେବକ ଏବଂ ୬୫୦ ୱେଲକମ୍ ପାର୍ଟନର କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି ।