ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ କ୍ରିକେଟର ଗୌତମ ଗମ୍ଭୀର ରାଜନୈତିକ ଦଳ ବିଜେପିରେ ସାମିଲ ହେବା ପରେ ସେ ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଇତି ମଧ୍ୟରେ ଆଉ ଜଣେ କ୍ରିକେଟର ରାଜନୀତିରେ ଯୋଗ ଦେବାକୁ ନେଇ ସଂକେତ ଦେଇଛନ୍ତି । ସେ ଆଉ କେହି ନୁହଁନ୍ତି ଭାରତୀୟ କ୍ରିକେଟ ଦଳର ଇର୍ଫାନ୍ ପଠାନ୍ । ପ୍ରକୃତରେ ଇର୍ଫାନ ଗୁଜୁରାଟର ବଡୋଦରାରେ ମତଦାନ କରିବା ପରେ ସାମ୍ବାଦିକଙ୍କ ସହ ସାକ୍ଷାତ କରି ଏହି ସଂକେତ ଦେଇଛନ୍ତି ।
ଇର୍ଫାନ କହିଛନ୍ତି କି ମୁଁ ଦେଶ ପାଇର୍ କିକେଟ ଖେଳିଛି ଏବଂ ସମୟ ଆସିଲେ ନିହାତି ଦେଶର ସେବା କରିବି । ଏହାପରେ ବିଜେପିରେ ଗୌତମ ଗମ୍ଭୀର ଯୋଗ ଦେବାକୁ ନେଇ ତାଙ୍କୁ ଶୁଭକାମନା ଜଣାଇଛନ୍ତି ଇର୍ଫାନ ।
ଇର୍ଫାନ୍ ମତଦାନ କରି ସାରିବା ପରେ ତାଙ୍କ ଅଙ୍ଗୁଳିୋର ଲଗାଯାଇଥିବା କାଳି ଚିହ୍ନକୁ ଫଟୋ ଉଠାଇ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।