ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତିରୁମଲାର ତିରୁପତି ଦେବାସମ ଟ୍ରଷ୍ଟ ବୋର୍ଡ (ଟିଟିଡି)ର ନୂତନ ଅଧ୍ୟକ୍ଷ ପୂର୍ବ ସାଂସଦ ତଥା ୱାଇଏସଆର କଂଗ୍ରେସର ନେତା ୱାଇବି ସୁବ୍ୱା ରେଡ୍ଡୀ ହୋଇଛନ୍ତି । ଶୁକ୍ରବାର ଆନ୍ଧ୍ରପ୍ରଦେଶ ସରକାର ତାଙ୍କୁ ନିଯୁକ୍ତି କରିଛନ୍ତି । ଏବେ ସେ ଭଗବାନ ଭେଙ୍କଟେଶ୍ୱର ତିରୁମଲା ମନ୍ଦିରର ପ୍ରଶାସନ ହେବେ । ସେପଟେ ବିଶେଷ ମୁଖ୍ୟ ସଚିବ ମନମୋହନ ସିଂହ ଆଦେଶ ଜାରି କହିଛନ୍ତି କି ବହୁତ ଶୀଘ୍ର ଅନ୍ୟ ସଦସ୍ୟ ମାନଙ୍କୁ ନିଯୁକ୍ତି କରାଯିବ ।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସମ୍ପର୍କୀୟ ହେଉଛନ୍ତି ସୁବ୍ୱା ରେଡ୍ଡୀ । ସେ ଶନିବାର ତାଙ୍କ ପଦ ସମ୍ଭାଳିବେ । ସେହିପରି ଗୁରୁବାର ଦିନ ତେଲୁଗୁ ଦେଶମ ପାର୍ଟି (ଟିଡିପି) ର ନେତା ପୁଟ୍ଟା ସୁଧାକର ଯାଦବ ଟିଟିଡିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଦେଇଥିଲେ । ମାତ୍ର ପ୍ରାରମ୍ଭରୁ ସରକାର ବଦଳିବା ପରେ ବି ଯାଦବ ତାଙ୍କ ପଦରେ ରହିବେ ବୋଲି ଅଡି ବସିଥିଲେ ।
ପାର୍ଟିର ଜଣେ ଖୁବ୍ ଜଣା ଶୁଣା ନେତା ହେଉଛନ୍ତି ସୁବ୍ୱା ରେଡ୍ଡୀ । ସେଥିପାଇଁ ତାଙ୍କୁ ଅଧ୍ୟକ୍ଷ କରାଇବାର ନିଷ୍ପତି ନିଆଯାଇଛି । ନିକଟରେ ହୋଇଥିବା ଲୋକସଭା ଏବଂ ବିଧାନମସଭା ନିର୍ବାଚନ ପରେ ଟିଟିଡି ର ୧୦ ଜଣ ସଦସ୍ୟ ସ୍ୱଇଛାରରେ ପଦରୁ ବାହାରି ଯାଇଥିଲେ ।
ଆଦେଶ ଅନୁସାରେ ଗତ ଟ୍ରଷ୍ଟ ବୋର୍ଡକୁ ଭଙ୍ଗ କରିବା ନିଷ୍ପତି ସରକାର କରିଛନ୍ତି କାରଣ ସେ ପ୍ରଶାସନକୁ ଚଳାଇବା ପାଇଁ କ୍ଷୀଣ ଏବଂ ବ୍ୟବହାରିକ ରୂପେ ସମ୍ଭବ ନଥିଲେ । ୨୦ ଅପ୍ରିଲ ୨୦୧୮ ରେ ଗତ ବୋର୍ଡ ଗଠିତ କରାଯାଇଥିଲା । ମାତ୍ର ଏହି ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବିଷୟରେ ଆଦେଶରେ କିଛି କୁହାଯାଇ ନାହିଁ ।
ଅନ୍ୟପଟେ ଆନ୍ଧ୍ରପ୍ରଦେଶ ସରକାର ୪୨ ଆଇଏଏସ, ଆଇପିଏସ ଏବଂ ଆଇଆରଏଫ୍ ଅଫିସରଙ୍କୁ ଅଦଳ ବଦଳ କରାଇଛନ୍ତି ।