ଆନ୍ଧ୍ରପ୍ରଦେଶ (ଏଟିଆର ବ୍ୟୁରୋ): ପୁରା ଆକ୍ସନ ମୁଡ୍ରେ ଅଛନ୍ତି ଆନ୍ଧ୍ରପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ । ସେ ତାଙ୍କର ଗୋଟେ ପରେ ଗାଟେ ନିଆରା ପଦକ୍ଷେପ ନେଇ ଜନତାଙ୍କ ହୃଦୟକୁ ଜୟ କରୁଛନ୍ତି । ଏବେ ଶ୍ରୀ ରେଡ୍ଡୀ ଆଉ ଏକ ନୂତନ କାର୍ଯ୍ୟଶୈଳୀ କରିବାକୁ ଯାଉଛନ୍ତି । ସେ ପାଞ୍ଚ ଜଣ ଉପମୁଖ୍ୟନ୍ତ୍ରୀଙ୍କୁ ନିଯୁକ୍ତି କରିବାର ନିଷ୍ପତି ନେଇଛନ୍ତି । ଏମାନେ ସମସ୍ତେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଅଳ୍ପସଂଖ୍ୟକ ଏବଂ କାପୁ ସମୁଦାୟର ହେବେ ବୋଲି ଜାଣିବାକୁ ମିଳିଛି । ଶୁକ୍ରବାର ଆୟୋଜିତ ହୋଇଥିବା ବିଧାୟକ ଦଳ ବୈଠକରେ ଶ୍ରୀ ରେଡ୍ଡୀ ଏହି ଯୋଜନା ବିଷୟରେ ଘୋଷଣା କରିଛନ୍ତି ।
ଏହା ଦେଶର ପ୍ରଥମ ହେବ ଯାହା କୌଣସି ମନ୍ତ୍ରୀମଣ୍ଡଳରେ ପାଞ୍ଚ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି କରାଯିବ । ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାମ କରି ସାରିଛନ୍ତି । ତଡେପଲ୍ଲୀ ମୁଖ୍ୟମନ୍ତ୍ରୀ କ୍ୟାମ୍ପ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ସମସ୍ତ ନୂତନ ବିଧାୟକମାନେ ସାମିଲ ଥିଲେ । ଏହି ବିଧାୟକ ବୈଠକକୁ ସମ୍ବୋନ୍ଧିତ କରି ଶ୍ରୀ ରେଡ୍ଡୀ କହିଛନ୍ତି କି ସେ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ନୂତନ ମନ୍ତ୍ରଙ୍କୁ ବାଛିବେ । ୨୫ ଜଣିଆ କ୍ୟାବିନେଟ୍ କୁ ଶନିବାର ଶପଥ ଗ୍ରହଣ କରାଯିବ ।
ଏହାସହିତ ଶ୍ରୀ ରେଡି ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି କରାଇବାର ଘୋଷଣା କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି କି ମନ୍ତ୍ରୀମଣ୍ଡଳର ମୁଖ୍ୟ ଭାବେ ଦୁର୍ବଳ ବର୍ଗର ସଦସ୍ୟଙ୍କୁ ସାମିଲ କରାଯିବ । ଏହାବ୍ୟତିତ ସରକାର କାର୍ଯ୍ୟକାଳର ମଧ୍ୟାବଧି ସମିକ୍ଷା ପରେ ମାନେ ଅଢେଇ ବର୍ଷ ପରେ ମନ୍ତ୍ରୀମଣ୍ଡଳକୁ ପୁର୍ନଗଠନ କରାଯିବ ।